‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?

ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଭାଜପାର ଷ୍ଟାର୍‌ କ୍ୟାମ୍ପେନର ଶାହା ମରାଥନ୍‌ ପ୍ରଚାର କରି ଏକାଧିକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ମୁସଲିମ୍‌ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ମୁଖ୍ୟ ବିରୋଧୀ […] The post ‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ? appeared first on Dharitri Odia News.

‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ?
ପରଭାନି/ଜଲଗାଓଁ/ଧୁଲେ,୧୩ା୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ପୁନଃ ଅବସ୍ଥାପିତ କରିପାରିବେ ନାହିଁ ବୋଲି ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଭାଜପାର ଷ୍ଟାର୍‌ କ୍ୟାମ୍ପେନର ଶାହା ମରାଥନ୍‌ ପ୍ରଚାର କରି ଏକାଧିକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ମୁସଲିମ୍‌ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଅନେକ ବର୍ଷ ଧରି ରାମମନ୍ଦିର ନିର୍ମାଣରେ ମଧ୍ୟ ପ୍ରତିବନ୍ଧକ ସାଜିଥିଲା ବୋଲି ଶାହା ସମାଲୋଚନା କରିଛନ୍ତି।
ରାଜନୈତିକ ଦୃଷ୍ଟିରୁ ଦେଶର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭୋଟ ଗଣତି ୨୩ରେ କରାଯିବ। ଭାଜପା ଅଜିତ୍‌ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବଂ ଏକନାଥ ଶିନ୍ଦେଙ୍କ ଶିବସେନା ସହ ମେଣ୍ଟ କରି ମହାୟୁତି ବ୍ୟାନରରେ ନିର୍ବାଚନ ଲଢ଼ୁଥିବାବେଳେ  ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି), ଏନ୍‌ସିପି (ଶରଦ ପାଓ୍ବାର) ଏବଂ କଂଗ୍ରେସକୁ ନେଇ ଗଠିତ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍‌ଭିଏ) ଶାସକ ମେଣ୍ଟକୁ କ୍ଷମତାଚ୍ୟୁତ କରିବା ପାଇଁ ଅଣ୍ଟା ଭିଡ଼ିଛି। ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ରୋଚକ ମୋଡ଼ରେ ପହଞ୍ଚତ୍ଛି। ଶାସକ ମହାୟୁତି ମେଣ୍ଟର ପ୍ରଚାର ପାଇଁ ଶାହା ଧୁଲେରେ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନେରଖିବା ଉଚିତ ଯେ, ତାଙ୍କ ପୂର୍ବ ଚତୁର୍ଥ ପିଢ଼ି ଫେରିଲେ ବି ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଛଡ଼ାଇ ନେଇ  ମୁସଲମାନମାନଙ୍କୁ ଦେଇପାରିବେ ନାହିଁ।
ସେହିପରି ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ ହୋଇସାରିଥିବା ଅନୁଚ୍ଛେଦ ୩୭୦କୁ କୌଣସି ପରିସ୍ଥିତିରେ ମଧ୍ୟ ପୁନଃ ଅବସ୍ଥାପିତ କରିବାକୁ ଦିଆଯିବ ନାହିଁ। ଏପରି କି ଇନ୍ଦିରା ଗାନ୍ଧୀ ସ୍ବର୍ଗରୁ ଓହ୍ଲାଇ ଆସିଲେ ବି ଏହାକୁ ଫେରାଇ ଆଣିପାରିବେ ନାହିଁ। ଶାହା ଏମ୍‌ଭିଏକୁ ଔରଙ୍ଗଜେବ୍‌ ଫ୍ୟାନ୍‌ କ୍ଲବ୍‌ ଭାବେ ଅଭିହିତ କରି ଭାଜପା ନେତୃତ୍ୱାଧୀନ ମହାୟୁତିକୁ ମରାଠା ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜ ଓ ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ମେଣ୍ଟ ବୋଲି କହିଛନ୍ତି। ନଭେମ୍ବର ୨୦ ନିର୍ବାଚନରେ ଏମ୍‌ଭିଏ ଜିତିଲେ ମହାରାଷ୍ଟ୍ର କଂଗ୍ରେସର ଏଟିଏମ୍‌ରେ ପରିଣତ ହୋଇଯିବ ବୋଲି ଜଲଗାଓଁରେ ପ୍ରଚାରବେଳେ ଶାହା ସମାଲୋଚନା କରିଛନ୍ତି।

The post ‘୩୭୦’ କୁ ନେଇ ଇନ୍ଦିରାଙ୍କୁ ମାନେ ପକାଇଲେ ଅମିତ ଶାହା, ଜାଣନ୍ତୁ କାହିଁକି ? appeared first on Dharitri Odia News.