୩୭୦ ଫେରାଇ ଆଣିବ ଇଣ୍ଡିଆ

ଜମ୍ମୁ,୫ା୯:ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି। ମୋଦି ଆମତ୍ବିଶ୍ୱାସ ହରାଇଦେଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ସରକାରର ପତନ ଘଟିବାକୁ ଯାଉଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଇଣ୍ଡିଆ ବ୍ଲକ୍‌ କ୍ଷମତାକୁ ଆସିଲେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସହ ଅନୁଚ୍ଛେଦ ୩୭୦ ଫେରାଇ ଆଣିବ ବୋଲି ରାହୁଲ ଆଶ୍ୱାସନା ଦେଇଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ କେବଳ କଶ୍ମୀର ନୁହେଁ, ବରଂ ଜାତୀୟ ରାଜନୀତିକୁ ସରଗରମ […] The post ୩୭୦ ଫେରାଇ ଆଣିବ ଇଣ୍ଡିଆ appeared first on Dharitri Odia News.

୩୭୦ ଫେରାଇ ଆଣିବ ଇଣ୍ଡିଆ

ଜମ୍ମୁ,୫ା୯:ଲୋକ ସଭା ନିର୍ବାଚନରେ ଭାଜପାର ଦୁର୍ବଳ ପ୍ରଦର୍ଶନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନସିକସ୍ତରରେ ଭାଙ୍ଗିପଡ଼ିଛନ୍ତି। ମୋଦି ଆମତ୍ବିଶ୍ୱାସ ହରାଇଦେଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ସରକାରର ପତନ ଘଟିବାକୁ ଯାଉଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେହିପରି ଇଣ୍ଡିଆ ବ୍ଲକ୍‌ କ୍ଷମତାକୁ ଆସିଲେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସହ ଅନୁଚ୍ଛେଦ ୩୭୦ ଫେରାଇ ଆଣିବ ବୋଲି ରାହୁଲ ଆଶ୍ୱାସନା ଦେଇଛନ୍ତି। ରାହୁଲଙ୍କ ଏହି ମନ୍ତବ୍ୟ କେବଳ କଶ୍ମୀର ନୁହେଁ, ବରଂ ଜାତୀୟ ରାଜନୀତିକୁ ସରଗରମ କରିଛି।
ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୮ରେ ତିନି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ କଶ୍ମୀରକୁ ପ୍ରଥମ ଥର ପ୍ରଚାରରେ ଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ବନିହାଲ ନିର୍ବାଚନମଣ୍ଡଳୀର ସଙ୍ଗଲଦାନରେ କଂଗ୍ରେସର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ସେମାନଙ୍କ ବନ୍ଧୁମାନେ କେନ୍ଦ୍ର ସରକାରକୁ ଚଳାଉଛନ୍ତି। ୨ ଜଣ ବିଲିଅନେୟାର ବନ୍ଧୁଙ୍କ ସ୍ବାର୍ଥରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ବିମୁଦ୍ରୀକରଣ ଅଣାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରାଯିବା ଫଳରେ ଦେଶର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। ସେହି ୨ ବନ୍ଧୁ ହେଲେ ଆଦାନୀ (ଏ୧) ଏବଂ ଅମ୍ବାନୀ (ଏ୨)। କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ ଭଳି। ଏହି ଦୁଇଜଣ ହେଲେ ମୋଦି ଓ ଶାହା। ବାସ୍ତବରେ ଏହି ୪ ଜଣ ହିଁ ସରକାର ଚଳାଉଛନ୍ତି।
ଆହୁରି କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତାକୁ ଛଡ଼ାଇ ନିଆଯାଇଥିଲା। ଏହା ବି କେବଳ ୨ ଜଣ ବିଲିଅନେୟାରଙ୍କୁ ଲାଭ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ଦେଶର ଅବଶିଷ୍ଟ ଭାଗ ତୁଳନାରେ ଜମ୍ମୁ-କଶ୍ମୀର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏଠାରେ ବେରୋଜଗାରି ହାର ସର୍ବାଧିକ। ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସରକାର କିଛି କରିନାହାନ୍ତି। ବିରୋଧୀ ଦଳଗୁଡ଼ିକ ଇଣ୍ଡିଆ ବ୍ଲକ୍‌ ଅଧୀନରେ ଏକାଠି ହେବା ପରେ ମୋଦିଙ୍କ ଆମତ୍ବିଶ୍ୱାସ ଦୁର୍ବଳ ହୋଇଯାଇଛି। ଆମେ ମୋଦିଙ୍କୁ ମାନସିକସ୍ତରରେ ଶେଷ କରିଦେଇଛୁ। ପାର୍ଲାମେଣ୍ଟରେ ମୁଁ ତାଙ୍କ ସାମ୍ନାରେ ବସିଥାଏ। ତେଣୁ ଏହି ବିଷୟ ଜାଣିବାକୁ ପାଇଛି। ଏବେ ଅଳ୍ପ ସମୟ ବାକି ଅଛି, ମୋଦି ଏବଂ ଭାଜପାକୁ ସରକାରରୁ ଆମେ ହଟାଇଦେବୁ ବୋଲି କଂଗ୍ରେସ ନେତା ରାହୁଲ କହିଛନ୍ତି। ରାହୁଲ ବନିହାଲ ପରେ ଅନନ୍ତନାଗ ଜିଲା ଅଧୀନ ଦୁରୁ ନିର୍ବାଚନମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

The post ୩୭୦ ଫେରାଇ ଆଣିବ ଇଣ୍ଡିଆ appeared first on Dharitri Odia News.