୩୮ ଲକ୍ଷ ଠକେଇ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର ସଦର: କେନ୍ଦୁଝର ସାଇବର ପୁଲିସ ଭୁବନେଶ୍ୱର ପୁଲିସ ସହାୟତାରେ ଦୁଇଜଣ ସାଇବର ଠକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଏଟିଏମ କାର୍ଡ ଓ ବିଭିନ୍ନ ବ୍ୟାଙ୍କର ଚେକ ବହି ଜବତ କରିଛନ୍ତି। କେନ୍ଦୁଝର ପୁଲିସ ମୁଖ୍ୟାଳୟର ସାଇବର ଶାଖା ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଅଂଚଳର ପ୍ରଦୀପ କୁମାର ଦୁବେଙ୍କ ନିକଟରୁ ବ୍ୟବସାୟ ପାଇଁ ଭୁବନେଶ୍ୱର ଲୁମ୍ବିନୀ ବିହାରର ବିଶ୍ଵପ୍ରକାଶ ମହାପାତ୍ର (୪୭) ଓ ଚୌଦ୍ୱାରର ସ୍ନେହାଶିଷ ବଳ(୪୭) […]

୩୮ ଲକ୍ଷ ଠକେଇ, ୨ ଅଭିଯୁକ୍ତ ଗିରଫ

କେନ୍ଦୁଝର ସଦର: କେନ୍ଦୁଝର ସାଇବର ପୁଲିସ ଭୁବନେଶ୍ୱର ପୁଲିସ ସହାୟତାରେ ଦୁଇଜଣ ସାଇବର ଠକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଏଟିଏମ କାର୍ଡ ଓ ବିଭିନ୍ନ ବ୍ୟାଙ୍କର ଚେକ ବହି ଜବତ କରିଛନ୍ତି। କେନ୍ଦୁଝର ପୁଲିସ ମୁଖ୍ୟାଳୟର ସାଇବର ଶାଖା ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲ ଥାନା ଅଂଚଳର ପ୍ରଦୀପ କୁମାର ଦୁବେଙ୍କ ନିକଟରୁ ବ୍ୟବସାୟ ପାଇଁ ଭୁବନେଶ୍ୱର ଲୁମ୍ବିନୀ ବିହାରର ବିଶ୍ଵପ୍ରକାଶ ମହାପାତ୍ର (୪୭) ଓ ଚୌଦ୍ୱାରର ସ୍ନେହାଶିଷ ବଳ(୪୭) ଭିନ୍ନ ଭିନ୍ନ ସମୟରେ ୩୮ଲକ୍ଷ ୮୮ହଜାର ଟଙ୍କା ନେଇଥିଲେ। ପ୍ରତିଶ୍ରୁତି ମୁତାବକ ଟଙ୍କା ନ ଫେରାଇବାରୁ ପ୍ରଦୀପ ବଡ଼ବିଲ ଥାନାରେ ଏକ ଏତଲା ଦେଇଥିଲେ। ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଶାଖା ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା। ଗତ କିଛି ଦିନ ତଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ବୁଧବାର ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ପାସ ବୁକ୍‌, ଚେକ ବୁକ, ଏଟିଏମ କାର୍ଡ ଜବତ କରିଛି।