୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ

ବ୍ରହ୍ମପୁର/ଦିଗପହଣ୍ଡି,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍‌ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୩୮ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍‌ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଟଙ୍କା ହେରଫେର୍‌ ସମ୍ପର୍କରେ ଟିମ୍‌ ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚାରି ଥିଲେ। ପିଇଓଙ୍କୁ ଜେରା କରିବା […] The post ୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ appeared first on Dharitri Odia News.

୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ

ବ୍ରହ୍ମପୁର/ଦିଗପହଣ୍ଡି,୨୦।୩(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ଆସିଥିବା ସରକାରୀ ଟଙ୍କା ହେରଫେର୍‌ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୩୮ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍‌ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଥିଲେ।

ଟଙ୍କା ହେରଫେର୍‌ ସମ୍ପର୍କରେ ଟିମ୍‌ ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚାରି ଥିଲେ। ପିଇଓଙ୍କୁ ଜେରା କରିବା ସହିତ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ସୂଚନା ମିଳିଛି। ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପିଇଓଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି। ପ୍ରମାଣ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି।

The post ୩୮ଲକ୍ଷ ଟଙ୍କା ହେର୍‌ଫେର: ପିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ appeared first on Dharitri Odia News.