ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା
ଭୁବନେଶ୍ୱର,୨୭ା୮(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍ଟି) ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏହାକୁ ଧରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସୁନା ବ୍ୟବସାୟୀଙ୍କ ପକ୍ଷରୁ ମୁମ୍ବାଇରୁ ବିମାନ ଯୋଗେ ଏହା ଓଡ଼ିଶା ପଠାଯାଇଥିଲା ବୋଲି ସୂଚନା ମିଳିଛି। ଜବତ […] The post ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା appeared first on Dharitri Odia News.
ଭୁବନେଶ୍ୱର,୨୭ା୮(ସତ୍ୟଜିତ୍ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ ସୋମବାର ୫୦ କେଜି ସୁନା ଓ ୨୦୦ କେଜି ରୁପା ଜବତ ହୋଇଛି। ଦୁଇଟି ଲଜିଷ୍ଟିକ୍ ଗାଡ଼ିରୁ ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବାକର (ସିଟି ଆଣ୍ଡ ଜିଏସ୍ଟି) ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଏହାକୁ ଧରିବା ପରେ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସୁନା ବ୍ୟବସାୟୀଙ୍କ ପକ୍ଷରୁ ମୁମ୍ବାଇରୁ ବିମାନ ଯୋଗେ ଏହା ଓଡ଼ିଶା ପଠାଯାଇଥିଲା ବୋଲି ସୂଚନା ମିଳିଛି। ଜବତ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ତେବେ ନିୟମ ଅନୁଯାୟୀ ଆବଶ୍ୟକ ଟ୍ୟାକ୍ସ ଦିଆଯାଇ ଏହି ସୁନା ଓ ରୁପା ରାଜ୍ୟକୁ ଅଣାଯାଇଥିଲା ନା ବେଆଇନ ଭାବେ ଚୋରାରେ ଆସିଥିଲା ସେନେଇ ସିଟି ଆଣ୍ଡ ଜିଏସ୍ଟି ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିଭିସି ଲଜିଷ୍ଟିକ୍ କୋରିଅର ସଂସ୍ଥାର ଇନ୍ଚାର୍ଜ ଦାୟିତ୍ୱରେ ଥିବା ୪ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
ଦୁଇଟି ବିମାନରେ ଏହି ସୁନା ଓ ରୁପା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ଥିଲା। ଅପରାହ୍ନରେ ବିଭିସି ଲଜିଷ୍ଟିକ୍ ପକ୍ଷରୁ ଏସବୁକୁ ଦୁଇଟି ଗାଡ଼ିରେ ନିଆଯାଉଥିଲା। ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିଟି ଆଣ୍ଡ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଯାଞ୍ଚ ପରେ ସନ୍ଦେହ ହେବାରୁ ଗାଡ଼ିକୁ ଅଟକ ରଖାଯାଇଥିଲା। ପରେ ପୋଲିସ ଉପସ୍ଥିତିରେ ଉକ୍ତ ଗାଡ଼ିରୁ ସୁନା ଓ ରୁପା କଢ଼ାଯାଇ ଓଜନ କରାଯିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଜିଏସ୍ଟି ଅତିରିକ୍ତ କମିଶନର ମାନସ ସ୍ବାଇଁ କହିଛନ୍ତି, ଉକ୍ତ ସୁନା ଓ ରୁପା ଓଡ଼ିଶାର ବଡ଼ ବଡ଼ ସୁନା ଦୋକାନୀଙ୍କ ପାଖକୁ ଯିବାର ଥିଲା। ଜିଏସ୍ଟି ଆକ୍ଟ ଅନୁଯାୟୀ ସୁନା ଓ ରୁପା କାରବାରରେ ଏକାଧିକ ବିଲ୍ ଦେଖାଇବା କଥା। ଏହା ବିଲ୍ ମଧ୍ୟରେ ଟାକ୍ସ ଇନ୍ଭଏସ୍, ଇ-ୱେ ବିଲ୍ ଆଦି ରହିଛି। ତେବେ ଉକ୍ତ ଲଜିଷ୍ଟିକ୍ ଗାଡ଼ି ଯାଞ୍ଚ ବେଳେ ଏହି ଡକ୍ୟୁମେଣ୍ଟ ଆଦି ଦେଖାଯାଇ ନ ଥିଲା। ସେମାନେ ଟ୍ୟାକ୍ସ ଫାଙ୍କିଥିବା ଆମର ସନ୍ଦେହ ହୋଇଥିଲା। ତେଣୁ ଉକ୍ତ ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଉକ୍ତ ଟ୍ୟାକ୍ସ ଦସ୍ତାବିଜ ଦେଖାଇବା ପାଇଁ କୁହାଯିବା ସହ ଏନେଇ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।
The post ଗାଡ଼ିରୁ ମିଳିଲା ୫୦ କେଜି ସୁନା, ୨ କୁଇଣ୍ଟାଲ ରୁପା appeared first on Dharitri Odia News.