୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୪।୪(ଅନୁରାଧା ମହାରଣା)- ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଦିନ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଆଗାମୀ ୪ରୁ୫ ଦିନ ମଧ୍ୟରେ ରାଜ୍ୟରେ ୪ ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର […] The post ୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି appeared first on Dharitri Odia News.

୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୪।୪(ଅନୁରାଧା ମହାରଣା)- ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ଶୁଷ୍କ ପବନର ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଦିନ ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହି ପବନର ପ୍ରଭାବ ଆଗାମୀ ଦିନରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଆଗାମୀ ୪ରୁ୫ ଦିନ ମଧ୍ୟରେ ରାଜ୍ୟରେ ୪ ରୁ ୬ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ରାଜ୍ୟର ୧୦ସହରରେ ତାପମାତ୍ରା ୩୯ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିତ୍ବାବେଳେ ୪୦.୫ ଡ଼ିଗ୍ରୀ ସହ ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏହା ପଛକୁ ମାଲକାନଗିରିରେ ୩୯.୯ ଡିଗ୍ରୀ ସେଲସିୟସ୍‌, ଭୁବନେଶ୍ୱରରେ ୩୯.୬, ଜଗତସିଂହପୁର ଓ ନୟାଗଡ଼ରେ ୩୯.୫ ଡିଗ୍ରୀ ସେଲସିୟସ୍‌, ଭବାନୀପାଟଣା ଓ ଚାନ୍ଦବାଲିରେ ୩୯.୪ ଡିଗ୍ରୀ ସେଲସିୟସ୍‌ ବାରିପଦାରେ ୩୯.୨ ଡିଗ୍ରୀ ସେଲସିୟସ୍‌ ଏବଂ କେନ୍ଦ୍ରାପଡ଼ା ଓ ଭଦ୍ରକରେ ୩୯ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଛି।
ସୂଚନାଥାଉ କି, ସୋମବାର ଗଜପତି ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲାରେ ଘଡଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ଉତ୍ତାପ ଓ ଆଦ୍ର ପାଣିପାଗ ନେଇ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଆଦି ଜିଲାରେ ଗୋଟିଏ ୨ଟି ସ୍ଥାନରେ ଅନୁଭୂତ ହୋଇପାରେ ଏଥିପାଇଁ ସଂପକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ୩୬ଂରୁ ୩୮ଂ ସେଲସିୟସ୍‌ ରହିବାକୁ ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୮ଂରୁ ୪୦ଂ ମଧ୍ୟରେ ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

The post ୩୯ ଡିଗ୍ରୀ ଉପରେ ୧୦ ସହର: ଆହୁରି ବଢ଼ିବ ତାତି appeared first on Dharitri Odia News.