୪ ଦଶନ୍ଧି ପରେ ପୂରଣ ହେବ ସ୍ବପ୍ନ! ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହେବା ଆଶା ବୃଦ୍ଧି
ଦାରିଙ୍ଗବାଡି, ୨।୧ (ଅରୁଣ ସାହୁ):ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି, ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେବ। ନୂଆ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରକଟ ବୃଦ୍ଧି ପାଇଛି। ସରକାରଙ୍କ ବିଭିନ୍ନ ନିଷ୍ପତି ସାଧାରଣ ଲୋକଙ୍କୁ ସୁହାଉଛି। ଏବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ନିଷ୍ପତି ନେଇଛନ୍ତି। ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା […] The post ୪ ଦଶନ୍ଧି ପରେ ପୂରଣ ହେବ ସ୍ବପ୍ନ! ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହେବା ଆଶା ବୃଦ୍ଧି appeared first on Dharitri Odia News.
ଦାରିଙ୍ଗବାଡି, ୨।୧ (ଅରୁଣ ସାହୁ):ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିଛି। ସରକାରଙ୍କ ନୂଆ ନୂଆ ଯୋଜନା ପ୍ରସ୍ତୁତି ହେଉଛି, ଯାହାକି ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ଅନେକ ଫାଇଦା ଦେବ। ନୂଆ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରକଟ ବୃଦ୍ଧି ପାଇଛି। ସରକାରଙ୍କ ବିଭିନ୍ନ ନିଷ୍ପତି ସାଧାରଣ ଲୋକଙ୍କୁ ସୁହାଉଛି। ଏବେ ରାଜ୍ୟ ସରକାର ରାଜ୍ୟରେ ନୂତନ ବ୍ଲକ ଗଠନ କରିବା ନିଷ୍ପତି ନେଇଛନ୍ତି। ଏଭଳି ନିଷ୍ପତିକୁ ବିଭିନ୍ନ ମହଲରେ ସ୍ବାଗତଯୋଗ୍ୟ ପଦକ୍ଷେପ କୁହାଯାଉଥିବା ବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ଏବେ ବ୍ଲକ ଗଠନ ହୋଇପାରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆଶା ଓ ବିଶ୍ୱାସ ବୃଦ୍ଧି ପାଇଛି।
ଗତ ୪ ଦଶନ୍ଧି ଧରି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଅନେକଥର ଆନ୍ଦୋଳନ, ବିକ୍ଷୋଭ ଆଉ ଏବେ ସାମାଜିକ ଗଣମାଧ୍ୟମରେ ପ୍ରତିବାଦ ଓ ଦାବି କରିବା ଭିଡିଓ ରାଜ୍ୟସରକାରଙ୍କ ନିକଟରେ ପହଞ୍ଚାଇବାକୁ ଅଞ୍ଚଳବାସୀ ଗତ କିଛି ଦିନ ହେଲା ଜାରୀ ରଖିଛନ୍ତି। ଅଞ୍ଚଳବାସୀ ଆଶା ଓ ବିଶ୍ବାସ ବର୍ତ୍ତମାନର ରାଜ୍ୟ ସରକାର ଏହା ଉପରେ ବିଚାର ବିମର୍ଶ କରି ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ସ୍ଥାପନା କରିବେ ଯାହାଫଳରେ ଅଞ୍ଚଳବାସୀ ଉପକୃତ ହେବେ।
ସୂଚନାଯୋଗ୍ୟ ଯେ, ବ୍ରାହ୍ମଣୀଗାଁରେ ଥାନା, ବନାଞ୍ଚଳ କାର୍ଯ୍ୟାଳୟ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ୮ ଟି ପଞ୍ଚାୟତ ତଥା କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ବ୍ରାହ୍ମଣୀଗାଁ, ଗଦାପୁର, ହାତୀମୁଣ୍ଡା, ସରାମୁଳି ଓ ତାଜୁଙ୍ଗିଆ ପଞ୍ଚାୟତ ଦାରିଙ୍ଗବାଡି ବ୍ଲକ ହେଡକ୍ୱାଟର ଠାରୁ ୪୦ ରୁ ପର୍ଯ୍ୟନ୍ତ ଦୂରତାରେ ରହିଛି। ସେହିପରି ଉକ୍ତ ଅଞ୍ଚଳରୁ ଜିଲା ହେଡକ୍ୱାଟର ୧ ଶହ ୫୦ କିମି ରୁ ୨ ଶହ କିମି ପର୍ଯ୍ୟନ୍ତ ଦୂରତା ହେଉଛି ସେ ବ୍ଲକ ହେଉକି ଜିଲା ହେଡ୍କ୍ୱାର୍ଟର ଅଞ୍ଚଳବାସୀ ସରକାରୀ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଗଲେ ଗୋଟିଏ ଦିନରେ ନିଜ ଗାଁକୁ ଫେରିବା କଷ୍ଟ ହେଉଛି ଏବଂ କୌଣସି କାର୍ଯ୍ୟରେ ବାରମ୍ବାର ଯାତାୟତ ମଧ୍ୟ ସମ୍ଭବ ହେଉ ନ ଥିବା ଅଞ୍ଚକବାସୀ ଅଭିଯୋଗ କରିଆସୁଛନ୍ତି। ବ୍ଲକ, ତହସିଲ କାର୍ଯ୍ୟରେ ଅଞ୍ଚଳବାସୀ ଦାରିଙ୍ଗବାଡି ଆସି ବହୁତ ହଇରାଣ ଭୋଗୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ଏବେ ନୂତନ ସରକାର ବ୍ଲକ ପୁନର୍ଗଠନର ନିଷ୍ପତି ନେଇଛନ୍ତି। ଏହା ନିଶ୍ଚିତ ଭାବେ ଲୋକଙ୍କ ବଡ଼ ସମସ୍ୟାକୁ ଦେଖି ବ୍ରାହ୍ମଣୀଗାଁକୁ ବ୍ଲକ ସ୍ଥାପନ କରି ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୂର କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକଟ କରିଛନ୍ତି।
The post ୪ ଦଶନ୍ଧି ପରେ ପୂରଣ ହେବ ସ୍ବପ୍ନ! ବ୍ରାହ୍ମଣୀଗାଁରେ ବ୍ଲକ ସ୍ଥାପନ ହେବା ଆଶା ବୃଦ୍ଧି appeared first on Dharitri Odia News.