୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ତାଙ୍କ ବାପାଙ୍କୁ ଭେଟନ୍ତୁ। ଅଭିଯୁକ୍ତ ମା’ଙ୍କୁ ସୋମବାର (ଜାନୁଆରୀ ୮) ପୋଲିସ ଗିରଫ କରିଛି। ସୁଚାନା ସେଥ ନାମକ ଅଭିଯୁକ୍ତ ମହିଳା ଜଣଙ୍କ ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପରେ ସିଇଓ ଭାବରେ କାର୍ଯ୍ୟ କରନ୍ତି। ଅଭିଯୁକ୍ତ […] The post ୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ… appeared first on Dharitri Odia News.

୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ…

ବେଙ୍ଗାଲୁରୁ,୯।୧: ଉତ୍ତର ଗୋଆର କଲଙ୍ଗୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମା’ ନିଜର ୪ ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ତାଙ୍କ ବାପାଙ୍କୁ ଭେଟନ୍ତୁ। ଅଭିଯୁକ୍ତ ମା’ଙ୍କୁ ସୋମବାର (ଜାନୁଆରୀ ୮) ପୋଲିସ ଗିରଫ କରିଛି। ସୁଚାନା ସେଥ ନାମକ ଅଭିଯୁକ୍ତ ମହିଳା ଜଣଙ୍କ ବେଙ୍ଗାଲୁରୁର ଏଆଇ ଷ୍ଟାର୍ଟଅପରେ ସିଇଓ ଭାବରେ କାର୍ଯ୍ୟ କରନ୍ତି।

ଅଭିଯୁକ୍ତ ମହିଳା ପ୍ରଥମେ ଗୋଆରେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିବା ପରେ ସେ ତାଙ୍କ ମୃତଦେହକୁ ଏକ ବ୍ୟାଗରେ ରଖି ବେଙ୍ଗାଲୁରୁକୁ ପଳାଇ ଯାଉଥିବା ବେଳେ କର୍ନାଟକ ପୋଲିସ ଗିରଫ କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଉତ୍ତେଜନା ଲାଗି ରହିଛି। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ପଚରାଉଚରା କରୁଛି।

ଗୋଆ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ମହିଳା ଏହି ଭୟଙ୍କର ଅପରାଧ କରିଛନ୍ତି ଯାହା ଫଳରେ ତାଙ୍କ ପୁଅ ତାଙ୍କ ପୂର୍ବ ସ୍ବାମୀଙ୍କୁ ଭେଟି ପାରିବେ ନାହିଁ। ୨୦୧୦ରେ ସୁଚାନା ତାଙ୍କ ପୂର୍ବତନ ସ୍ବାମୀଙ୍କୁ ବିବାହ କରିଥିଲେ। ୨୦୧୯ରେ ଅଭିଯୁକ୍ତ ମହିଳା ତାଙ୍କ ପୁଅକୁ ଜନ୍ମ ଦେଇଥିଲେ। ତେବେ ତାଙ୍କ ସ୍ବାମୀଙ୍କ ସହ ବିବାଦ ପରେ ୨୦୨୦ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ସେତେବେଳେ କୋର୍ଟ କହିଥିଲେ ଯେ ଶିଶୁର ପିତା ତାଙ୍କୁ ପ୍ରତି ରବିବାର ଭେଟି ପାରିବେ। ସୁଚାନା ଏହାକୁ ନେଇ ଆଦୌ ଖୁସି ନ ଥିଲେ।

The post ୪ ବର୍ଷର ପୁଅକୁ ନିର୍ମମ ଭାବେ ହତ୍ୟା କଲେ ମା’, କାରଣ ଜାଣିଲେ… appeared first on Dharitri Odia News.