୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍‌ଡି କରିହେବ: ୟୁଜିସି

ନୂଆଦିଲ୍ଲୀ,୨୧ା୪(ପି.ଟି.):୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍‌ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍‌ଡି କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (ଜେଆର୍‌ଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍‌ ରଖିଥିବା ଆବଶ୍ୟକ। ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍‌ଇଟି […] The post ୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍‌ଡି କରିହେବ: ୟୁଜିସି appeared first on Dharitri Odia News.

୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍‌ଡି କରିହେବ: ୟୁଜିସି

ନୂଆଦିଲ୍ଲୀ,୨୧ା୪(ପି.ଟି.):୪ ବର୍ଷୀୟା ସ୍ନାତକ ଡିଗ୍ରୀ ପାଠ୍ୟକ୍ରମ କରୁଥିବା ଛାତ୍ରୀଛାତ୍ର ଏଣିକି ସିଧାସଳଖ ଏନ୍‌ଇଟି (ଜାତୀୟ ଯୋଗ୍ୟତା ପରୀକ୍ଷା) ଦେଇ ପିଏଚ୍‌ଡି କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଜଗଦେଶ କୁମାର ଏହି ସୂଚନା ଦେଇଛନ୍ତି। ଜୁନିୟର ରିସର୍ଚ୍ଚ ଫେଲୋଶିପ୍‌ (ଜେଆର୍‌ଏଫ୍‌) ସହ କିମ୍ବା ଏହା ବିନା ପିଏଚ୍‌ଡି କରିବାକୁ ହେଲେ ଛାତ୍ରୀଛାତ୍ରଙ୍କୁ ସର୍ମନିମ୍ନ ୭୫ ପ୍ରତିଶତ ମାର୍କ ଅଥବା ସେମାନଙ୍କ ୪ ବର୍ଷର ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ତତୁଲ୍ୟ ଗ୍ରେଡ୍‌ ରଖିଥିବା ଆବଶ୍ୟକ। ବର୍ତ୍ତମାନ ପର୍ଯ୍ୟନ୍ତ ଏନ୍‌ଇଟି ଦେବା ପାଇଁ ସର୍ବନିମ୍ନ ୫୫ ପ୍ରତିଶତ ନମ୍ବର ସହ ମାଷ୍ଟର ଡିଗ୍ରୀ ଆବଶ୍ୟକ ହେଉଥିଲା। ଚଳିତ ବର୍ଷ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ନ ହୋଇ ଅଫ୍‌ଲାଇନ ମୋଡ୍‌ରେ ହେବ। ଜୁନ୍‌ ୧୬ରେ ସମସ୍ତ ବିଷୟରେ ପରୀକ୍ଷା କରାଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି।

The post ୪ ବର୍ଷର ସ୍ନାତକ ଡିଗ୍ରୀ ସହ ୭୫% ମାର୍କ ଥିଲେ ପିଏଚ୍‌ଡି କରିହେବ: ୟୁଜିସି appeared first on Dharitri Odia News.