୪ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ପ୍ରିୟଙ୍କା
ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ ୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା... The post ୪ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ପ୍ରିୟଙ୍କା appeared first on .
ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ ୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ପ୍ରଥମ ଥର ଲାଗି ନିର୍ବାଚନ ମଇଦାନରେ ପାଦ ଦେଇ ସଫଳତା ହାସଲ କରିଛନ୍ତି। ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ନବ୍ଯା ହରିଦାସ। ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି ପରାସ୍ତ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନ ସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।
The post ୪ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ପ୍ରିୟଙ୍କା appeared first on .