୪ ହଜାର କର୍ମଚାରୀ ଛଟେଇ କରିବ ଜାପାନ କମ୍ପାନୀ ତୋଷିବା
ନୂଆଦିଲ୍ଲୀ: ଜାପାନ ଇଲେକ୍ଟ୍ରୋନିକ୍ସ ଉପକରଣ ତିଆରି କରୁଥିବା କମ୍ପାନୀ ତୋଷିବା ୪ ହଜାର ଛଟେଇ କରିବ। ନୂଆ ମାଲିକାନା ଅଧିନରେ କମ୍ପାନୀ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୁନର୍ଗଠନ କରିବ। ଏଥିପାଇଁ ଛଟେଇ କରାଯିବ ବୋଲି ତୋଷିବା ଗୁରୁବାର ଘୋଷଣା କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସରେ ଏ ନେଇ ଖବର ପ୍ରକାଶ ପାଇଛି। ତୋଷିବାରେ ଦୁର୍ନୀତି, କର୍ପୋରେଟ୍ ଉତ୍ଥାନପତନ ଯୋଗୁ କମ୍ପାନୀ ଟଳମଳ ସ୍ଥିତିକୁ ଚାଲିଆସିଥିଲା। ହେଲେ ଗତବର୍ଷ ଡିସେମ୍ବର ମାସରେ ଏକ ଘରୋଇ ଗ୍ରୁପ ଅଫ୍କମ୍ପାନୀ ଜାପାନ ଇଣ୍ଡଷ୍ଟ୍ରିଆଲ୍ ପାର୍ଟନର(ଜେଆଇପି) ତୋଷିବାକୁ ୧୩ ବିଲିଅନ ଆମେରିକୀୟ ଡଲାରରେ ଅଧିଗ୍ରହଣ କରିଥିଲା। ଏଥିପାଇଁ ତୋଷିବା ଜାପାନ ଶେୟାର ମାର୍କେଟ୍ ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ୍ରୁ ଡି ଲିଷ୍ଟିଂ ହୋଇଯାଇଥିଲା। ଏବେ ନୂଆ କମ୍ପାନୀର ନେତୃତ୍ୱରେ ତୋଷିବାର ପୂନର୍ଗଠନ ହେବ। ଏଥିପାଇଁ କମ୍ପାନୀର ଘରୋଇ କର୍ମଚାରୀ ବଳରୁ ୬ ପ୍ରତିଶତଙ୍କୁ ଛଟେଇ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି।ପଢ଼ନ୍ତୁ-ଓ୍ବାଲମାର୍ଟର ଛଟେଇ ଘୋଷଣା, ଶତାଧିକ କର୍ମଚାରୀ ହେବେ ପ୍ରଭାବିତଏଥିସହିତ କମ୍ପାନୀ ପ୍ରଡକ୍ଟ ଉପରେ ୧୦ ପ୍ରତିଶତ ମାର୍ଜିନ ପାଇବାକୁ ଏହାର ମୁଖ୍ୟାଳୟକୁ ସେଣ୍ଟ୍ରାଲ୍ ଟୋକିଓରୁ କାୱାସାକିକୁ ନେଇଯିବାକୁ ଯୋଜନା କରିଛି। କେବଳ ତୋଷିବା ନୁହେଁ ଜାପାନର ଏକାଧିକ କମ୍ପାନୀ ଛଟେଇ କରୁଛନ୍ତି। ଖର୍ଚ୍ଚ କାଟ ସମେତ ପୁନର୍ଗଠନ ନାଁରେ ଏହି ଛଟେଇ ହେଉଛି।
ନୂଆଦିଲ୍ଲୀ: ଜାପାନ ଇଲେକ୍ଟ୍ରୋନିକ୍ସ ଉପକରଣ ତିଆରି କରୁଥିବା କମ୍ପାନୀ ତୋଷିବା ୪ ହଜାର ଛଟେଇ କରିବ। ନୂଆ ମାଲିକାନା ଅଧିନରେ କମ୍ପାନୀ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ପୁନର୍ଗଠନ କରିବ। ଏଥିପାଇଁ ଛଟେଇ କରାଯିବ ବୋଲି ତୋଷିବା ଗୁରୁବାର ଘୋଷଣା କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସରେ ଏ ନେଇ ଖବର ପ୍ରକାଶ ପାଇଛି।
ତୋଷିବାରେ ଦୁର୍ନୀତି, କର୍ପୋରେଟ୍ ଉତ୍ଥାନପତନ ଯୋଗୁ କମ୍ପାନୀ ଟଳମଳ ସ୍ଥିତିକୁ ଚାଲିଆସିଥିଲା। ହେଲେ ଗତବର୍ଷ ଡିସେମ୍ବର ମାସରେ ଏକ ଘରୋଇ ଗ୍ରୁପ ଅଫ୍କମ୍ପାନୀ ଜାପାନ ଇଣ୍ଡଷ୍ଟ୍ରିଆଲ୍ ପାର୍ଟନର(ଜେଆଇପି) ତୋଷିବାକୁ ୧୩ ବିଲିଅନ ଆମେରିକୀୟ ଡଲାରରେ ଅଧିଗ୍ରହଣ କରିଥିଲା। ଏଥିପାଇଁ ତୋଷିବା ଜାପାନ ଶେୟାର ମାର୍କେଟ୍ ଟୋକିଓ ଷ୍ଟକ୍ ଏକ୍ସଚେଞ୍ଜ୍ରୁ ଡି ଲିଷ୍ଟିଂ ହୋଇଯାଇଥିଲା। ଏବେ ନୂଆ କମ୍ପାନୀର ନେତୃତ୍ୱରେ ତୋଷିବାର ପୂନର୍ଗଠନ ହେବ। ଏଥିପାଇଁ କମ୍ପାନୀର ଘରୋଇ କର୍ମଚାରୀ ବଳରୁ ୬ ପ୍ରତିଶତଙ୍କୁ ଛଟେଇ କରାଯିବ ବୋଲି କମ୍ପାନୀ ଘୋଷଣା କରିଛି।
ପଢ଼ନ୍ତୁ-ଓ୍ବାଲମାର୍ଟର ଛଟେଇ ଘୋଷଣା, ଶତାଧିକ କର୍ମଚାରୀ ହେବେ ପ୍ରଭାବିତ
ଏଥିସହିତ କମ୍ପାନୀ ପ୍ରଡକ୍ଟ ଉପରେ ୧୦ ପ୍ରତିଶତ ମାର୍ଜିନ ପାଇବାକୁ ଏହାର ମୁଖ୍ୟାଳୟକୁ ସେଣ୍ଟ୍ରାଲ୍ ଟୋକିଓରୁ କାୱାସାକିକୁ ନେଇଯିବାକୁ ଯୋଜନା କରିଛି। କେବଳ ତୋଷିବା ନୁହେଁ ଜାପାନର ଏକାଧିକ କମ୍ପାନୀ ଛଟେଇ କରୁଛନ୍ତି। ଖର୍ଚ୍ଚ କାଟ ସମେତ ପୁନର୍ଗଠନ ନାଁରେ ଏହି ଛଟେଇ ହେଉଛି।