୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

ପୁଣି ଏକ ବୋରୱେଲରେ ଫସିଲେ ଜଣେ ବ୍ୟକ୍ତି। ଦିଲ୍ଲୀରେ ୪୦ ଫୁଟ ବୋରୱେଲ ଭିତରେ ଖସିପଡ଼ିଲେ ଜଣେ ଯୁବକ। କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ, NDRF ଓ ପୋଲିସ ଉପସ୍ଥିତ ଅଛନ୍ତି।

୪୦ ଫୁଟ୍‌ର ବୋରୱେଲ୍‌ରେ ଫସିଥିବା ଯୁବକଙ୍କ ପରିଚୟ ଏବେ ଯାଏ ସ୍ପଷ୍ଟ ହୋଇନାହିଁ। ସେପଟେ ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଅତିଶି ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନୀରିକ୍ଷଣ କରିଛନ୍ତି। ସେ ରେସ୍କ୍ୟୁ ଟିମ୍‌ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

କେଶବପୁରରେ ଜଳ ବୋର୍ଡ ଭିତରେ ଥିବା ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ତିଆରି ବୋରୱେଲରେ ପ୍ରଥମେ ଜଣେ ଶିଶୁ ଖସିପଡିଥିବା କୁହାଯାଉଥିଲା। କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ବ୍ୟକ୍ତି ଏହି ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଥିବା ଜଣାପଡ଼ିଛି। ଉକ୍ତ ବ୍ୟକ୍ତିଙ୍କ ବୟସ ୧୫ରୁ ୨୦ ବର୍ଷ ହେବ ବୋଲି କୁହାଯାଉଛି। ସେ ରାତି ଅଧରେ ଜଳ ବୋର୍ଡ ଭିତରକୁ ଚୋରି କରିବା ଉଦ୍ଦେଶ୍ୟରେ ଆସି ଖସି ପଡିଥିବା କୁହାଯାଉଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ବାହିନୀ, ଏନ୍‌ଡିଆରଏଫ୍ ଓ ଦିଲ୍ଲୀ ପୁଲିସର ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି। NDRF ଟିମ୍‌ ସହ ମିଶି ଉଦ୍ଧାର କାର୍ଯ୍ୟରେ ଲାଗିଛି। ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ସମାନ୍ତରାଳ ଭାବେ ଆଉ ଏକ ବୋରୱେଲ ଖୋଳାଯାଉଛି। ୪୦ ଫୁଟର ଗଭୀର ବୋରୱେଲ ହୋଇଥିବାରୁ ଉଦ୍ଧାର କରିବା କଷ୍ଟକର। ହେଲେ ଆଉ ଏକ ବୋରୱେଲ ଖୋଳିବା ପାଇଁ ଲମ୍ବା ସମୟ ଲାଗିପାରେ।