୪୦ରୁ ଖସୁନି ଆଳୁ ଦର
ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଆଳୁ ଗୋଦାମଗୁଡ଼ିକୁ ପରିଦର୍ଶନ କରାଯିବା ସହ ବ୍ୟବସାୟୀମାନଙ୍କୁ ଆଳୁ କେ.ଜି. ପିଛା ସର୍ବାଧିକ ୩୨ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି। ଯୋଗାଣ ବିଭାଗର ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ଅବମାନନା କରୁଛନ୍ତି। ଗ୍ରାମାଞ୍ଚଳ […] The post ୪୦ରୁ ଖସୁନି ଆଳୁ ଦର appeared first on Dharitri Odia News.
ରସୁଲପୁର,୨୯ା୭ (ରଞ୍ଜିତ ରାଉତ): ରସୁଲପୁର ବ୍ଲକରେ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଆଳୁ ଦର ଅହେତୁକ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀର ଦରକୁ କୃତ୍ରିମ ଭାବରେ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଆଳୁ ଗୋଦାମଗୁଡ଼ିକୁ ପରିଦର୍ଶନ କରାଯିବା ସହ ବ୍ୟବସାୟୀମାନଙ୍କୁ ଆଳୁ କେ.ଜି. ପିଛା ସର୍ବାଧିକ ୩୨ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି। ଯୋଗାଣ ବିଭାଗର ଏହି ନିର୍ଦ୍ଦେଶନାମାକୁ ବ୍ୟବସାୟୀମାନେ ଅବମାନନା କରୁଛନ୍ତି। ଗ୍ରାମାଞ୍ଚଳ ଦୋକାନଠାରୁ ଆରମ୍ଭ କରି ହାଟବଜାର ଛକରେ ଥିବା ଦୋକାନୀମାନେ ଆଳୁ କେ.ଜି. ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି କରୁଛନ୍ତି। ଲୋକେ ଏହାଦ୍ୱାରା ଲୁଟ୍ର ଶିକାର ହେଉଥିବାବେଳେ ଏଥିରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହେଉଛି।
ପଶ୍ଚିମବଙ୍ଗରୁ ଆଳୁ ବୋଝେଇ ଟ୍ରକ ଆସିପାରି ନ ଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା। ଫଳରେ ସପ୍ତାହେ ହେଲା ଆଳୁ ଦର ୪୦ ଟଙ୍କା ଛୁଇଁଥିଲା। ଶନିବାର ସନ୍ଧ୍ୟାରୁ ଆଳୁ ବୋଝେଇ ଟ୍ରକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପହଞ୍ଚତ୍ଛି। କିନ୍ତୁ ବିଭିନ୍ନ ସ୍ଥାନରେ ଗୋଦାମ ମାଲିକମାନେ ଆଳୁର କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଫଳରେ ଦର କମୁନାହିଁ। ଆଳୁ ମହଜୁଦ୍ ନାହିଁ କହି ଗୋଦାମ ଓ ଖୁଚୁରା ବ୍ୟବସାୟୀମାନେ କମ୍ ଦାମରେ କିଣିଥିବା ଆଳୁକୁ ଉଚ୍ଚାଦରରେ ବିକ୍ରିକରି ମାଲାମାଲ ହେଉଛନ୍ତି। ଏହାଦ୍ୱାରା ସାଧାରଣ ଗରିବ, ଖଟିଖିଆ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦି ହୋଇପଡ଼ିଛି। ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାତର ଚଢାଉ କରାଯାଉ ନ ଥିବାରୁ ଏଭଳି ଘଟୁଛି ବୋଲି କୁହାଯାଉଛି। ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦରଦାମ୍କୁ ତୁରନ୍ତ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
The post ୪୦ରୁ ଖସୁନି ଆଳୁ ଦର appeared first on Dharitri Odia News.