୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି
ଭୁବନେଶ୍ୱର,୬ା୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଉଥିଲା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଲଘୁଚାପ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା ବେଳେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟିହେବ। ଲଘୁଚାପ ପ୍ରଭାବରେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ଅନୁଗୋଳ, ଦେଓଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ […] The post ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି appeared first on Dharitri Odia News.
ଭୁବନେଶ୍ୱର,୬ା୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ଥ କରିଦେଉଥିଲା ବେଳେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଆସିବାକୁ ଯାଉଛି ଲଘୁଚାପ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା ବେଳେ ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟିହେବ।
ଲଘୁଚାପ ପ୍ରଭାବରେ ମଙ୍ଗଳବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଂଜାମ, ଅନୁଗୋଳ, ଦେଓଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ଧୁଳିଆ ପବନ ହେବାର ସମ୍ଭାବନା ରହିଛି।
ସେହିପରି ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ୩୦ ରୁ ୪୦ କିମି ବେଗରେ ଧୁଳିଆ ପବନ ହେବାର ସମ୍ଭାବନା ରହିଛି।
ଗୁରୁବାର ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କେନ୍ଦୁଝର, ସୁନ୍ଦରଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନବରଙ୍ଗପୁର, ଅନୁଗୋଳ, ଦେଓଗଡ଼, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲାର କିଛି ସ୍ଥାନରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ୩୦ ରୁ ୪୦ କିମି ବେଗର ଧୁଳିଆ ପବନ ହେବାର ସମ୍ଭାବନା ରହିଛି।
The post ୪୮ ଘଣ୍ଟାରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ, ତାତିରୁ ମିଳିବ ଆଶ୍ବସ୍ତି appeared first on Dharitri Odia News.