ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭାବ ବିହ୍ବଳ ହେଲେ ଲୋକେ
କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଜନ୍ମମାଟିରେ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇ ଏକ ରୋଡ୍ ଶୋ’ରେ ଝୁମ୍ପୁରାକୁ ଯାଇଛନ୍ତି। ଜନ୍ମମାଟିରେ ମୋହନ୍ଙ୍କୁ ଦେଖି ଲୋକେ ଭାବ ବିହ୍ବଳ ହୋଇ ପଡ଼ିଛନ୍ତି। ସତେ ଯେପରି ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ। ରାସ୍ତାରେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକ ଛିଡ଼ା ହୋଇ ଶୁଭେଚ୍ଛା ଜଣାଇଥିଲେ। ରୋଡ୍ ଶୋ’ରେ ଯାଇ […] The post ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭାବ ବିହ୍ବଳ ହେଲେ ଲୋକେ appeared first on Dharitri Odia News.
କେନ୍ଦୁଝର,୨୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ଜନ୍ମମାଟିରେ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇ ଏକ ରୋଡ୍ ଶୋ’ରେ ଝୁମ୍ପୁରାକୁ ଯାଇଛନ୍ତି। ଜନ୍ମମାଟିରେ ମୋହନ୍ଙ୍କୁ ଦେଖି ଲୋକେ ଭାବ ବିହ୍ବଳ ହୋଇ ପଡ଼ିଛନ୍ତି। ସତେ ଯେପରି ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଲୋକେ ତାଙ୍କୁ ଦେଖିବାକୁ ଆସିଥିଲେ। ରାସ୍ତାରେ ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକ ଛିଡ଼ା ହୋଇ ଶୁଭେଚ୍ଛା ଜଣାଇଥିଲେ। ରୋଡ୍ ଶୋ’ରେ ଯାଇ ଝୁମ୍ପୁରା ବଜାର ପରିକ୍ରମା କରିଛନ୍ତି। ସ୍ଥାନୀୟ ଦୁର୍ଗାପୂଜା ପଡ଼ିଆରେ ଏକ ଜନସଭାରେ ଉଦ୍ବୋଧନ ଦେବା ଓ ବିଭିନ୍ନ ସଙ୍ଗଠନ ଓ ଶୁଭେଚ୍ଛୁ ଦଳୀୟ ନେତା ଓ କର୍ମୀ ତାଙ୍କୁ ସମ୍ବର୍ଦ୍ଧନା କରିବା କାର୍ଯ୍ୟକ୍ରମ ରହିଛି।
The post ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ, ଭାବ ବିହ୍ବଳ ହେଲେ ଲୋକେ appeared first on Dharitri Odia News.