୫ କୋଟି ଗଛ ରାଜ୍ୟରେ ଲଗାଯିବ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ୫ କୋଟି ଗଛ ରାଜ୍ୟରେ ଲଗାଇବାକୁ ଟାର୍ଗେଟ କରିଛି ବନ ବିଭାଗ । ସମସ୍ତଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି । ବୃକ୍ଷରୋପଣରେ ଓଡିଶା ହେବ ଏକ ନମ୍ବର । ଏଭଳି କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀ, ଘରୋଇ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତଙ୍କୁ ଚାରା ବଣ୍ଟନ କରାଯିବ । ସୂଚନା ଅନୁସାରେ ପୂର୍ବରୁ ୧୮ ମାସର ଚାରା ଲଗା ଯାଉଥିବା ବେଳେ ଏ ବର୍ଷ […] The post ୫ କୋଟି ଗଛ ରାଜ୍ୟରେ ଲଗାଯିବ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ appeared first on KNews Odisha.

ଭୁବନେଶ୍ୱର: ୫ କୋଟି ଗଛ ରାଜ୍ୟରେ ଲଗାଇବାକୁ ଟାର୍ଗେଟ କରିଛି ବନ ବିଭାଗ । ସମସ୍ତଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି । ବୃକ୍ଷରୋପଣରେ ଓଡିଶା ହେବ ଏକ ନମ୍ବର । ଏଭଳି କହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀ, ଘରୋଇ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ସମସ୍ତଙ୍କୁ ଚାରା ବଣ୍ଟନ କରାଯିବ । ସୂଚନା ଅନୁସାରେ ପୂର୍ବରୁ ୧୮ ମାସର ଚାରା ଲଗା ଯାଉଥିବା ବେଳେ ଏ ବର୍ଷ ୩୦ ମାସିଆ ଚାରା ଦିଆଯିବ । ଗଛ ଲଗାଇବା ପରେ ଯେଉଁ ପଲିଥିନ ବାହାରିବ ତାକୁ ବି ବାୟ ବ୍ୟାକ କରିବେ ଓଡ଼ିଶା ସରକାର । ସେହିପରି ଜଙ୍ଗଲ ବିଭାଗ କେବଳ ୧୯ ଲକ୍ଷ ତାଳ ଗଛ ଲଗାଇବ ।
କିଛି ଦିନ ପୁର୍ବରୁ ସରକାର ତାଳ ଗଛ କାଟିବାକୁ ବାରଣ କରିଥିଲେ। ତାଳ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ ହେବ। ତାଳ ଗଛ ହାତୀକୁ ଖାଦ୍ୟ ଦେବା ସହିତ ଓ ବଜ୍ରପାତରୁ ରକ୍ଷା କରିବ । ଜଙ୍ଗଲ ଓ କୃଷି ବିଭାଗ ମିଶି ଏହି କାମ କରିବେ। ‘ଏକ ପେଡ ମା କେ ନାମ’ ହ୍ୟାଚ ଟ୍ୟାଗରେ ସାରା ଦେଶରେ ସବୁଠୁ ଅଧିକ ଗଛ ଲଗାଇବା ଫଟୋ ଅପଲୋଡ଼ ହୋଇଛି ଓଡ଼ିଶାରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୱେବ ସାଇଟରୁ ଏ ତଥ୍ୟ ମିଳିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସତ୍ୟବ୍ରତ ସାହୁ । ଏ ପର୍ଯ୍ୟନ୍ତ ୧ ଲକ୍ଷ ୪୫ ହଜାର ଗଛ ଲଗାଯାଇ ଫଟୋ ଅପଲୋଡ଼ ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ।
The post ୫ କୋଟି ଗଛ ରାଜ୍ୟରେ ଲଗାଯିବ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ appeared first on KNews Odisha.