ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ

ଭୁବନେଶ୍ୱର : ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ ରଥଯାତ୍ରା ବାତିଲ ହୋଇଛି । ଏନେଇ ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଷଦ ସୂଚନା ଦେଇଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିସନ ସଦସ୍ୟ ଅନୁତମ ପ୍ରଭୁ ଓ ଜିସିବିର କମ୍ୟୁନିକେସନ ମିନିଷ୍ଟରଙ୍କ ଆଲୋଚନା ପରେ ଇସ୍କନ ରଥଯାତ୍ରା ବାତିଲ ନେଇ ନ୍ୟାସନାଲ କମ୍ୟୁନିକେସନ ଡାଇରେକ୍ଟର ଯୁଧିଷ୍ଟିର ଗୋବିନ୍ଦ ପ୍ରଭୁ ସୂଚନା […] The post ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ appeared first on KNews Odisha.

ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ
houston

ଭୁବନେଶ୍ୱର : ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା । ମହାପ୍ରଭୁ ଜଗନ୍ନାଥଙ୍କ ଓଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ ରଥଯାତ୍ରା ବାତିଲ ହୋଇଛି । ଏନେଇ ପ୍ରେସ ରିଲିଜ ଜରିଆରେ ଇସ୍କନ ପରିଷଦ ସୂଚନା ଦେଇଛି । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିସନ ସଦସ୍ୟ ଅନୁତମ ପ୍ରଭୁ ଓ ଜିସିବିର କମ୍ୟୁନିକେସନ ମିନିଷ୍ଟରଙ୍କ ଆଲୋଚନା ପରେ ଇସ୍କନ ରଥଯାତ୍ରା ବାତିଲ ନେଇ ନ୍ୟାସନାଲ କମ୍ୟୁନିକେସନ ଡାଇରେକ୍ଟର ଯୁଧିଷ୍ଟିର ଗୋବିନ୍ଦ ପ୍ରଭୁ ସୂଚନା ଦେଇଛନ୍ତି ।

ଏବେ ହ୍ୟୁଷ୍ଟନ ଇସ୍କନ କର୍ତ୍ତୃପକ୍ଷ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ ବୋଲି କୁହାଯାଇଛି ।  ନଭେମ୍ବର ୯ ତାରିଖରେ ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା ଆୟୋଜନ କରିବାକୁ ପ୍ରସ୍ତୁତି ଚଳାଇଥିଲା ।  ଏହାକୁ ଚାରିଆଡୁ ତୀବ୍ର ବିରୋଧ ମଧ୍ୟ କରାଯାଇଥିଲା ।  ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ବାତିଲ କରିବାକୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ ।  ଆଜି ପ୍ରେସ ମିଟରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ଗଜପତି ।  ଏଥିରୁ ନିବୃତ୍ତ ନରହିଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ ଗଜପତି ଦିବ୍ୟସିଂହ ଦେବ ।

The post ବାତିଲ ହେଲା ହ୍ୟୁଷ୍ଟନ ଇସ୍କନ ରଥଯାତ୍ରା, ପରିବର୍ତ୍ତେ ଗୌର ନିତାଇ ସଂକୀର୍ତ୍ତନ ଯାତ୍ରା ହେବ appeared first on KNews Odisha.