ସଜାଗ ରହିଛି କୋଷ୍ଟଗାର୍ଡ, ମତ୍ସ୍ୟଜୀବି ଓ ଟ୍ରଲରକୁ ତୁରନ୍ତ କୂଳକୁ ଫେରି ଆସିବାକୁ ଚେତାବନୀ

ସଜାଗ ରହିଛି କୋଷ୍ଟଗାର୍ଡ ।  ବାତ୍ୟା ଦାନା ପ୍ରଭାବରୁ ଜୀବନ ଓ ଧନସମ୍ପତ୍ତି ସୁରକ୍ଷିତ ରଖିବାକୁ ଉଦ୍ୟମ ଜାରି ରଖିଛି ଭାରତୀୟ ତଟରକ୍ଷୀ ବାହିନୀ ।  ସମୁଦ୍ରରେ ଥିବା ମତ୍ସ୍ୟଜୀବି ଓ ଟ୍ରଲରଗୁଡିକୁ ବାତ୍ୟା ସତର୍କ ସୂଚନା ଦେବା ସହ ତୁରନ୍ତ କୂଳକୁ ଚାଲି ଆସିବାକୁ ବାରମ୍ବାର ଚେତାବନୀ ଦେଉଛି ତଟରକ୍ଷୀ ବାହିନୀ । ଏଥିପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯିବା ସହ ଲାଉଡ ସ୍ପିକର ମାଧ୍ୟମରେ ପ୍ରଚାର କରାଯାଉଛି ।  ବାତ୍ୟା ପ୍ରଭାବିତ […] The post ସଜାଗ ରହିଛି କୋଷ୍ଟଗାର୍ଡ, ମତ୍ସ୍ୟଜୀବି ଓ ଟ୍ରଲରକୁ ତୁରନ୍ତ କୂଳକୁ ଫେରି ଆସିବାକୁ ଚେତାବନୀ appeared first on KNews Odisha.

ସଜାଗ ରହିଛି କୋଷ୍ଟଗାର୍ଡ, ମତ୍ସ୍ୟଜୀବି ଓ ଟ୍ରଲରକୁ ତୁରନ୍ତ କୂଳକୁ ଫେରି ଆସିବାକୁ ଚେତାବନୀ
coast guard alert

ସଜାଗ ରହିଛି କୋଷ୍ଟଗାର୍ଡ ।  ବାତ୍ୟା ଦାନା ପ୍ରଭାବରୁ ଜୀବନ ଓ ଧନସମ୍ପତ୍ତି ସୁରକ୍ଷିତ ରଖିବାକୁ ଉଦ୍ୟମ ଜାରି ରଖିଛି ଭାରତୀୟ ତଟରକ୍ଷୀ ବାହିନୀ ।  ସମୁଦ୍ରରେ ଥିବା ମତ୍ସ୍ୟଜୀବି ଓ ଟ୍ରଲରଗୁଡିକୁ ବାତ୍ୟା ସତର୍କ ସୂଚନା ଦେବା ସହ ତୁରନ୍ତ କୂଳକୁ ଚାଲି ଆସିବାକୁ ବାରମ୍ବାର ଚେତାବନୀ ଦେଉଛି ତଟରକ୍ଷୀ ବାହିନୀ ।

ଏଥିପାଇଁ ତଟରକ୍ଷୀ ବାହିନୀ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯିବା ସହ ଲାଉଡ ସ୍ପିକର ମାଧ୍ୟମରେ ପ୍ରଚାର କରାଯାଉଛି ।  ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ ଅପରେସନ ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜ,ଏୟାରକ୍ରାଫ୍ଟ ଓ ରିମୋଟ ଅପରେଟିଂ ଷ୍ଟେସନ ପ୍ରତିଷ୍ଠା କରାଯାଇଛି ।  ଅକ୍ଟୋବର ୨୪ ଓ ୨୫ ତାରିଖରେ ବାତ୍ୟା ଦାନା ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

The post ସଜାଗ ରହିଛି କୋଷ୍ଟଗାର୍ଡ, ମତ୍ସ୍ୟଜୀବି ଓ ଟ୍ରଲରକୁ ତୁରନ୍ତ କୂଳକୁ ଫେରି ଆସିବାକୁ ଚେତାବନୀ appeared first on KNews Odisha.