୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ଇସଲାମାବାଦ,୫।୩: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ରାଚିନ ରବିନ୍ଦ୍ର ୧୦୮ ରନ୍‌ ଏବଂ କେନ ୱିଲିୟମସନ ୧୦୨ ରନର ଇନିଂସ ଖେଳିଥିଲେ। ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ମଧ୍ୟ ୪୯-୪୯ ରନ୍‌ କରି ନ୍ୟୁଜିଲାଣ୍ଡକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇଥିଲେ। […] The post ୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ appeared first on Dharitri Odia News.

୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ

ଇସଲାମାବାଦ,୫।୩: ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ଓଭରରେ ୩୬୨ ରନ କରିଛି, ଯାହାକି ଏକ ବଡ଼ ରେକର୍ଡ। ଦଳ ପକ୍ଷରୁ ୨ ଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଥିଲେ। ରାଚିନ ରବିନ୍ଦ୍ର ୧୦୮ ରନ୍‌ ଏବଂ କେନ ୱିଲିୟମସନ ୧୦୨ ରନର ଇନିଂସ ଖେଳିଥିଲେ। ଡାରିଲ ମିଚେଲ ଏବଂ ଗ୍ଲେନ ଫିଲିପ୍ସ ମଧ୍ୟ ୪୯-୪୯ ରନ୍‌ କରି ନ୍ୟୁଜିଲାଣ୍ଡକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇଥିଲେ। ଏହି ସ୍କୋର ସହ ନ୍ୟୁଜିଲାଣ୍ଡ ଦଳ ଅନେକ ରେକର୍ଡ ଭାଙ୍ଗିଛି।

ପ୍ରଥମଟି ହେଲା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ନ୍ୟୁଜିଲାଣ୍ଡ ଦଳ ସର୍ବାଧିକ ସ୍କୋର କରିବାର ସଫଳତା ହାସଲ କରିଛି। ଏହି ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ୩୫୬ ରନ କରି ଏହି ରେକର୍ଡ କରିଥିଲା, କିନ୍ତୁ ନ୍ୟୁଜିଲାଣ୍ଡ ଏବେ ଏହାକୁ ଭାଙ୍ଗି ଦେଇଛି। ତେବେ ଚାମ୍ପିଅନ୍ସ ଟ୍ରଫି ଇତିହାସରେ ୩ ଥର ୩୫୦ ରୁ ଅଧିକ ସ୍କୋର ହୋଇଛି ଏବଂ ଏହି ସିଜିନରେ ତିନିଥର ଏହି ସଫଳତା ଘଟିଛି।

ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ବିଦେଶରେ ICC ODI ଟୁର୍ନାମେଣ୍ଟର ନକଆଉଟ୍‌ ଇତିହାସରେ ସର୍ବାଧିକ ସ୍କୋର କରିଛି। ଦଳ ପୂର୍ବରୁ ୨୦୧୫ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୯୩ ରନ କରିଥିଲା, ସେହି ସ୍କୋର ୱେଲିଙ୍ଗଟନରେ ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ର ଏକ ଇନିଂସରେ ସର୍ବାଧିକ ଚୌକା ମାରିବାର ନିଜସ୍ବ ରେକର୍ଡ ମଧ୍ୟ ଦଳ ଭାଙ୍ଗିଛି। ୨୦୦୪ ମସିହାରେ ନ୍ୟୁଜିଲ୍ୟାଣ୍ଡ ଆମେରିକା ବିପକ୍ଷରେ ୪୦ଟି ବାଉଣ୍ଡାରୀ ମାରିଥିଲା, କିନ୍ତୁ ଏଥର ଲାହୋରରେ ଏହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୩ଟି ବାଉଣ୍ଡାରୀ ମାରିଛି। ତଥାପି ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ଚୌକା ମାରିବାର(୪୫) ରେକର୍ଡ ଅଷ୍ଟ୍ରେଲିଆର ନାମରେ ରହିଛି, ଯାହା ଦଳ ଲାହୋରରେ ହିଁ ହାସଲ କରିଥିଲା।

ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିବାର ସୁଯୋଗ ନ୍ୟୁଜିଲାଣ୍ଡ ପାଖରେ ଅଛି। ଆଇସିସି ଟୁର୍ନାମେଣ୍ଟ ଇତିହାସରେ, କୌଣସି ଦଳ କେବେ ବି ୩୦୦ ରୁ ଅଧିକ ରନର ଟାର୍ଗେଟ ହାସଲ କରିପାରି ନାହିଁ। ହେଲେ ଏହି ଟୁର୍ନାମେଣ୍ଟରେ, ଅଷ୍ଟ୍ରେଲିଆ ଲିଗ ମ୍ୟାଚ୍‌ରେ ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା। ଯଦି ନ୍ୟୁଜିଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରେ, ତେବେ ଏହା ୯ ମାର୍ଚ୍ଚରେ ଟାଇଟଲ ମୁକାବିଲାରେ ଭାରତକୁ ଭେଟିବ।

The post ୫ ଛକା, ୩୮ ଚୌକା… ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରେ ଇତିହାସ ରଚିଲା ନ୍ୟୁଜିଲାଣ୍ଡ appeared first on Dharitri Odia News.