୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା
ପାଟଣା,୧୧।୪(ବୀର କିଶୋର ଦାଶ):ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କଟକ ବାଲିଯାତ୍ରା ପଡିଆରୁ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକର ୫ଟି ପଞ୍ଚାୟତ କେନ୍ଦେଇ ପଶି, ଖିର଼େଇ ଟାଙ୍ଗିରୀ, ରାଜନଗର, ତୁରୁମୁଙ୍ଗା, ଡୁମୁରିଆରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଶୁଭାରମ୍ଭ […] The post ୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.
ପାଟଣା,୧୧।୪(ବୀର କିଶୋର ଦାଶ):ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କଟକ ବାଲିଯାତ୍ରା ପଡିଆରୁ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ କେନ୍ଦୁଝର ଜିଲା ପାଟଣା ବ୍ଲକର ୫ଟି ପଞ୍ଚାୟତ କେନ୍ଦେଇ ପଶି, ଖିର଼େଇ ଟାଙ୍ଗିରୀ, ରାଜନଗର, ତୁରୁମୁଙ୍ଗା, ଡୁମୁରିଆରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଶୁଭାରମ୍ଭ କରାଯାଇ ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରେ ୨୦ ଜଣ ଲେଖାଏ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି। ତୁରୁମୁଙ୍ଗା ଓ ରାଜନଗରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସଚେତନତା ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା ସମ୍ପର୍କରରେ ସଚେତନତା କରାଇବ।
କେନ୍ଦେଇପଶିଠାରେ ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ ଯୋଗ ଦେଇ ଏହି ଯୋଜନାରେ ଜନସାଧାରଣ କିପରି ଉପକୃତ ହେବେ ସେ ନେଇ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। କେନ୍ଦେଇ ପଶି ରେ ପାଟଣା ବିଧାୟକ ଙ୍କ ପ୍ରତିନିଧି କମଳା କାନ୍ତ ଦାଶବୁଦ୍ଧି ଜିବି କୈଳାଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଡୁମୁରିଆ ରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ, ଏମପିଙ୍କ ପ୍ରତିନିଧି ପ୍ରହ୍ଲାଦ ପଲେଇ ଖିର଼େଇ ଟାଙ୍ଗିରୀହ୍ରେ ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ ଯୋଗ ଦେଇଥିଲେ।ଏହି କାର୍ଡ ଦାରା ଦେଶର ୨୬ ହଜାର ମେଡିକାଲ ରୋଗୀ ସ୍ବାସ୍ଥ୍ୟ ସେବା ପାଇଁ ପାରିବେ ବୋଲି ବିଡ଼ିଓ କହିଥିଲେ।
The post ୫ ପଞ୍ଚାୟତରେ ଆରମ୍ଭ ହେଲା ଆୟୁଷ୍ମାନ ଭାରତ ଯୋଜନା appeared first on Dharitri Odia News.