‘୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ’: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର: ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିକାଶ, ଆଳୁ ଯୋଗାଣ ସମସ୍ୟା ଏବଂ ପୋଲାଭରମ ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ନୀତି ଆୟୋଗଙ୍କ ସହ ବୈଠକ ଫଳପ୍ରଦ ହୋଇଛି। କେନ୍ଦ୍ରରେ ଓଡ଼ିଶା ପ୍ରସଙ୍ଗରେ ଦାବି ରଖିଛି। ଓଡ଼ିଶାର ସ୍ବାର୍ଥ ପାଇଁ ଦାବି ରଖାଯାଇଛି। ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।’’‘୫ ବର୍ଷ ଭିତରେ ଓଡ଼ିଶା ବହୁତ ଆଗକୁ ଯିବ’ମୁଖ୍ୟମନ୍ତ୍ରୀ କହିଛନ୍ତ ‘‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି। ୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ। ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା। ଏହାକୁ ସଫଳ ପାଇଁ ଅଫିସରଙ୍କ ସହ ବୈଠକ କରିଛି। ସହଯୋଗ ପାଇଁ ସମସ୍ତ ଅଫିସରଙ୍କୁ ଅନୁରୋଧ କରିଛି।’’ ‘ଖୁବ୍ଶୀଘ୍ର ସମାଧାନ ହେବ ଆଳୁ ଯୋଗାଣ ସମସ୍ୟା’ସେହିଭଳି ଆଳୁ ସମସ୍ୟା ନେଇ ମମତାଙ୍କ ସହ କଥା ହୋଇଥିବା ଏବଂ ଖୁବଶୀଘ୍ର ଆଳୁ ଯୋଗାଣ ସମସ୍ୟା ଦୂର ହେବ ଏବଂ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ‘ପୋଲାଭରମ ପ୍ରସଙ୍ଗାରେ ହେବ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା’ଏହି ସମୟରେ ମୁଖ୍ୟମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆନ୍ଧ୍ର
ଭୁବନେଶ୍ବର: ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେବା ପରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବରରେ ପହଞ୍ଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିକାଶ, ଆଳୁ ଯୋଗାଣ ସମସ୍ୟା ଏବଂ ପୋଲାଭରମ ପ୍ରକଳ୍ପ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ନୀତି ଆୟୋଗଙ୍କ ସହ ବୈଠକ ଫଳପ୍ରଦ ହୋଇଛି। କେନ୍ଦ୍ରରେ ଓଡ଼ିଶା ପ୍ରସଙ୍ଗରେ ଦାବି ରଖିଛି। ଓଡ଼ିଶାର ସ୍ବାର୍ଥ ପାଇଁ ଦାବି ରଖାଯାଇଛି। ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଗ୍ରହଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।’’
‘୫ ବର୍ଷ ଭିତରେ ଓଡ଼ିଶା ବହୁତ ଆଗକୁ ଯିବ’
ମୁଖ୍ୟମନ୍ତ୍ରୀ କହିଛନ୍ତ ‘‘୨୦୩୬ ସୁଦ୍ଧା ନୂଆ ଓଡ଼ିଶା ଗଠନ ଲକ୍ଷ୍ୟ ରହିଛି। ୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁ ଆଗକୁ ଯିବ। ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା। ଏହାକୁ ସଫଳ ପାଇଁ ଅଫିସରଙ୍କ ସହ ବୈଠକ କରିଛି। ସହଯୋଗ ପାଇଁ ସମସ୍ତ ଅଫିସରଙ୍କୁ ଅନୁରୋଧ କରିଛି।’’
‘ଖୁବ୍ଶୀଘ୍ର ସମାଧାନ ହେବ ଆଳୁ ଯୋଗାଣ ସମସ୍ୟା’
ସେହିଭଳି ଆଳୁ ସମସ୍ୟା ନେଇ ମମତାଙ୍କ ସହ କଥା ହୋଇଥିବା ଏବଂ ଖୁବଶୀଘ୍ର ଆଳୁ ଯୋଗାଣ ସମସ୍ୟା ଦୂର ହେବ ଏବଂ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
‘ପୋଲାଭରମ ପ୍ରସଙ୍ଗାରେ ହେବ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା’
ଏହି ସମୟରେ ମୁଖ୍ୟମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ପୋଲାଭରମ ସମ୍ପର୍କରେ ଓଡ଼ିଶାର ଦାବି ରଖିଛି। ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଥିଲେ ଉପସ୍ଥିତ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ଜରିଆାରେ ସମାଧାନ ହେବ ।’’