୫ମ ଭାରତୀୟ ଭାବେ ICCର ଚେୟାରମ୍ୟାନ୍ ଜୟ ଶାହ, ଜାଣନ୍ତୁ ପୂର୍ବରୁ କିଏ କିଏ ସମ୍ଭାଳିସାରିଛନ୍ତି ଦାୟିତ୍ୱ
ମୁମ୍ବାଇ ୨୮।୦୮ : ଜୟ ଶାହ ଆଇସିସିର ନୂଆ Boss । ବର୍ତ୍ତମାନ ଯାଏଁ BCCIର ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ଜୟ ଶାହ ଡିସେମ୍ବର ୧ ତାରିଖରୁ ଆଇସିସିର ନୂଆ ଚେୟାରମ୍ୟାନ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ନିର୍ବିରୋଧରେ ଜୟ ଶାହ ନିର୍ବାଚିତ ହୋଇଛନ୍ତି । ଆଇସିସିର ଚେୟାରମ୍ୟାନ୍ ହେବାରେ ଜୟ ଶାହ ସାଜିଛନ୍ତି ୫ ଭାରତୀୟ ।ତେବେ ଆସନ୍ତୁ ଜାଣିବା ଜୟ ଶାହଙ୍କ ପୂର୍ବରୁ କିଏ କିଏ ସମ୍ଭାଳିଛନ୍ତି ଆଇସିସି ଚେୟାରମ୍ୟାନ୍ ପଦ...ଜଗମୋହନ ଡାଲ୍ମିଆ-ଜଗମୋହନ ଡାଲମିଆ ପ୍ରଥମ ଭାରତୀୟ ଭାବେ ଆଇସିସିର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ସେ ୧୯୯୭ରୁ ୨୦୦ ଯାଏଁ ଆଇସିସିର ଅଧ୍ୟକ୍ଷ ଥିଲେ । କିନ୍ତୁ ଏବେ ସେ ଆଉ ଦୁନିଆରେ ନାହାନ୍ତି । ୨୧ ସେପ୍ଟେମ୍ବାର ୨୦୧୫ରେ ତାଙ୍କର ନିଧନ ହୋଇଯାଇଛି । ଶରଦ ପାଓ୍ୱାର-ଶରଦ ପାଓ୍ୱାର୍ ଆଇସିସିର ଚେୟାରମ୍ୟାନ୍ ଦାୟିତ୍ୱ ସମ୍ଭାଳିଥିଲେ । ୨ୟ ଭାରତୀୟ ଭାବେ ଶରଦ ପାଓ୍ୱାର ଏହି ଦାୟିତ୍ୱ ସମ୍ଭାଳିଥିଲେ । ଭାରତୀୟ ରାଜନୀତିର ଏହି ବଡ଼ ଚେହେରା ୨୦୧୦ରୁ ୨୦୧୨ ଯାଏଁ ଅଧ୍ୟକ୍ଷ ପଦରେ ରହିଥିଲେ । ଆଇସିସିର କମାଣ୍ଡ ସମ୍ଭାଳିବା ପୂର୍ବରୁ ଶରଦ ପାଓ୍ୱାର ବିସିସିଆଇର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ୨୦୦୫ରୁ ୨୦୦୮ ଯାଏଁ ଶରଦ ପାଓ୍ୱାର ବିସିସିଆଇର ଅଧ୍ୟକ୍ଷ ରହିଥିଲେ । ଏନ୍ ଶ୍ରୀନିବାସନ୍-ବରିଷ୍ଠ ବ୍ୟବସାୟ ତଥା ଚେନ୍ନାଇ ସୁପର କିଙ୍ଗସ୍ର ସହମାଲିକ ଏନ୍ ଶ୍ରୀନିବାସନ ମଧ୍ୟ ଆଇସିସ
ମୁମ୍ବାଇ ୨୮।୦୮ : ଜୟ ଶାହ ଆଇସିସିର ନୂଆ Boss । ବର୍ତ୍ତମାନ ଯାଏଁ BCCIର ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ଜୟ ଶାହ ଡିସେମ୍ବର ୧ ତାରିଖରୁ ଆଇସିସିର ନୂଆ ଚେୟାରମ୍ୟାନ୍ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ନିର୍ବିରୋଧରେ ଜୟ ଶାହ ନିର୍ବାଚିତ ହୋଇଛନ୍ତି । ଆଇସିସିର ଚେୟାରମ୍ୟାନ୍ ହେବାରେ ଜୟ ଶାହ ସାଜିଛନ୍ତି ୫ ଭାରତୀୟ ।ତେବେ ଆସନ୍ତୁ ଜାଣିବା ଜୟ ଶାହଙ୍କ ପୂର୍ବରୁ କିଏ କିଏ ସମ୍ଭାଳିଛନ୍ତି ଆଇସିସି ଚେୟାରମ୍ୟାନ୍ ପଦ...
ଜଗମୋହନ ଡାଲ୍ମିଆ-
ଜଗମୋହନ ଡାଲମିଆ ପ୍ରଥମ ଭାରତୀୟ ଭାବେ ଆଇସିସିର ଚେୟାରମ୍ୟାନ୍ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ସେ ୧୯୯୭ରୁ ୨୦୦ ଯାଏଁ ଆଇସିସିର ଅଧ୍ୟକ୍ଷ ଥିଲେ । କିନ୍ତୁ ଏବେ ସେ ଆଉ ଦୁନିଆରେ ନାହାନ୍ତି । ୨୧ ସେପ୍ଟେମ୍ବାର ୨୦୧୫ରେ ତାଙ୍କର ନିଧନ ହୋଇଯାଇଛି ।
ଶରଦ ପାଓ୍ୱାର-
ଶରଦ ପାଓ୍ୱାର୍ ଆଇସିସିର ଚେୟାରମ୍ୟାନ୍ ଦାୟିତ୍ୱ ସମ୍ଭାଳିଥିଲେ । ୨ୟ ଭାରତୀୟ ଭାବେ ଶରଦ ପାଓ୍ୱାର ଏହି ଦାୟିତ୍ୱ ସମ୍ଭାଳିଥିଲେ । ଭାରତୀୟ ରାଜନୀତିର ଏହି ବଡ଼ ଚେହେରା ୨୦୧୦ରୁ ୨୦୧୨ ଯାଏଁ ଅଧ୍ୟକ୍ଷ ପଦରେ ରହିଥିଲେ । ଆଇସିସିର କମାଣ୍ଡ ସମ୍ଭାଳିବା ପୂର୍ବରୁ ଶରଦ ପାଓ୍ୱାର ବିସିସିଆଇର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ୨୦୦୫ରୁ ୨୦୦୮ ଯାଏଁ ଶରଦ ପାଓ୍ୱାର ବିସିସିଆଇର ଅଧ୍ୟକ୍ଷ ରହିଥିଲେ ।
ଏନ୍ ଶ୍ରୀନିବାସନ୍-
ବରିଷ୍ଠ ବ୍ୟବସାୟ ତଥା ଚେନ୍ନାଇ ସୁପର କିଙ୍ଗସ୍ର ସହମାଲିକ ଏନ୍ ଶ୍ରୀନିବାସନ ମଧ୍ୟ ଆଇସିସିର ଚେୟାରମ୍ୟାନ୍ ପଦ ସମ୍ଭାଳିସାରିଛନ୍ତି । ଏନ୍ ଶ୍ରୀନିବାସନ୍ ୨୦୧୪ରୁ ୨୦୧୫ ଯାଏଁ ଆଇସିସିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ତେବେ ଏନ୍ ଶ୍ରୀନିବାସନ୍ ଅଧ୍ୟକ୍ଷ ହେବା ପରେ ଆଇସିସିର ଏହି ପଦର ନାମ ପରିବର୍ତ୍ତନ କରାଯାଇଥିଲା । ଅଧ୍ୟକ୍ଷ ପଦକୁ ବଦଳାଇ ଚେୟାରମ୍ୟାନ୍ କରିଥିଲେ ।
ଶଶାଙ୍କ ମନୋହର-
ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଶଶାଙ୍କ ମନୋହର ମଧ୍ୟ ଆଇସିସିର ଚେୟାରମ୍ୟାନ୍ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ୨୦୧୫ରୁ ୨୦୨୦ ଯାଏଁ ଆଇସିସିର ଚେୟାରମ୍ୟାନ୍ ଦାୟିତ୍ୱ ସମ୍ଭାଳିସାରିଛନ୍ତି ଶଶାଙ୍କ ମନୋହର ।
ଜୟ ଶାହ-
ଆସନ୍ତା ଡିସେମ୍ବର ୧ ତାରିଖରୁ ଜୟ ଶାହ ଆଇସିସିର ଚେୟାରମ୍ୟାନ୍ ପଦ ସମ୍ଭାଳିବେ । ବର୍ତ୍ତମାନ ଆଇସିସିର ଚେୟାମ୍ୟାନ୍ ଥିବା ଗ୍ରେଗ୍ ମାର୍କେଲ୍ଙ୍କ କାର୍ଯ୍ୟକାଳ ୩୦ ନଭେମ୍ବରରେ ଶେଷ ହେବ । ୨୦୨୦ରୁ ଆଇସିସିର ଚେୟାରମ୍ୟାନ୍ ଭାବେ କାମ କରୁଥିଲେ ଗ୍ରେଗ୍ ମାର୍କେଲ୍ ।