୫ଶହ ଟଙ୍କିଆ ନୋଟରେ ଅନୁପମ ଖେରଙ୍କ ଫଟୋ, ଠକି ନେଲେ ୨ କିଲୋ ସୁନା

୩ ଠକ ଫେରାର ଥିବା ବେଳେ, ପୁଲିସ ତନାଘନା ଜାରି ରଖିଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି।

୫ଶହ ଟଙ୍କିଆ ନୋଟରେ ଅନୁପମ ଖେରଙ୍କ ଫଟୋ, ଠକି ନେଲେ ୨ କିଲୋ ସୁନା

ଠକେଇର ନୂଆ ଫଣ୍ଡା। ୫ଶହ ଟଙ୍କିଆ ନୋଟରେ ବଲିଉଡ ଅଭିନେତା ଅନୁପମ ଖେରଙ୍କ ଫଟୋ। ନୋଟରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମଙ୍କ ଫଟୋ ଲାଗିଥିବା ନୋଟ୍‌ ଦେଇ ଠକି ନେଲେ ୨ କିଲୋ ସୁନା। ଏଭଳି କିଛି ଅଭିଯୋଗ ଆସିଛି ଗୁଜୁରାଟ ଅହମ୍ମଦାବାଦରୁ।

ଗୁଜୁରାଟ ଅହମ୍ମଦାବାର ସରାଫା ବଜାରରେ କୋଟି କୋଟି ଟଙ୍କାର ଠକେଇର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ସୁନା ଦୋକାନରୁ ମହାତ୍ମା ଗାନ୍ଧିଜୀଙ୍କ ବଦଳରେ ଅଭିନେତା ଅନୁପମ ଖେରଙ୍କ ଫଟୋ ଲାଗିଥିବା ଏଭଳି ନକଲି ନୋଟ ଦେଇ ଠକିଛନ୍ତି ୩ ଧୂର୍ତ୍ତ ଠକ। ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କାର ୨ କିଲୋ ସୁନା ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।

ସୂଚନା ଅନୁସାରେ ଅହମ୍ମଦାବାଦର ନବରଙ୍ଗପୁରା ଥାନା ଅଞ୍ଚଳର ଏକ ଜୁଏଲାରୀ ଦୋକାନରୁ ୨୧୦୦ ଗ୍ରାମ ସୁନା କିଣିବାକୁ କହି ୧କୋଟି ୩୦ ଲକ୍ଷର ନକଲି ନୋଟ ଦେଇଥିଲେ ୩ ଦୁର୍ବୃତ୍ତ। ନୋଟ ଗଣତି ବେଳେ ଠକେଇ ସଂପର୍କରେ ଜଣାପଡିଥିଲା। ୫୦୦ ଟଙ୍କିଆ ନୋଟ୍‌ରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେର୍‌ଙ୍କ ଫଟୋ ଦେଖି ଚକିତ ହୋଇପଡିଥିଲେ ସୁନା ଦୋକାନୀ। ଏହାପରେ ଥାନାରେ ଏତଲା ଦେଇଛନ୍ତି ଦୋକାନ ମାଲିକ।

୩ ଠକ ଫେରାର ଥିବା ବେଳେ, ପୁଲିସ ତନାଘନା ଜାରି ରଖିଛି। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି। ନୋଟ୍‌ ଅନୁପଖ ଖେରଙ୍କ ଫୋଟ ଥିବା ସହ ରିଜର୍ଭ ବ୍ୟାଙ୍କ ସ୍ଥାନରେ ରେସୋଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲେଖାଯାଇଛି। ଏହି ମାମଲା ଭାଇରାଲ ହେବା ପରେ ଏନେଇ ନିଜ ସୋସିଆଲ ମିଡିଆ ସାଇଟରେ ପ୍ରତିକ୍ରିୟା ରଖି ଅଭିନେତା ଅନୁପମ ଖେର କହିଛନ୍ତି, ଏଠି କିଛି ବି ସମ୍ଭବ।