୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା ଏଭଳି ରାୟ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ସଦର ମହକୁମାସ୍ଥିତ ବିଜୁ ଏକ୍ସପ୍ରେସ୍‌ ଓ୍ବେ କଡରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ନେବା ଅଭିଯୋଗରେ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ମଦ ଦୋକାନୀ ସନ୍ତୋଷ କୁମାର ଗୁପ୍ତା ଦୁଇଟି […] The post ୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ appeared first on Dharitri Odia News.

୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ):  ୫୦ଟଙ୍କା ପାଇଁ ଜଣେ ମଦ ଦୋକାନୀ ଲକ୍ଷେ ୨୦ହଜାର ଟଙ୍କା ତଣ୍ଡ ଗଣିବେ। ଖାଉଟି ଅଦାଲତଙ୍କ ଦ୍ୱାରା ରବିବାର ପ୍ରକାଶ ପାଇଥିବା ଏଭଳି ରାୟ ନୂଆପଡ଼ା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲା ସଦର ମହକୁମାସ୍ଥିତ ବିଜୁ ଏକ୍ସପ୍ରେସ୍‌ ଓ୍ବେ କଡରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ନେବା ଅଭିଯୋଗରେ ଖାଉଟି ଅଦାଲତ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ମଦ ଦୋକାନୀ ସନ୍ତୋଷ କୁମାର ଗୁପ୍ତା ଦୁଇଟି ପୃଥକ୍‌ ମାମଲାରେ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ମୁତାବକ ନୂଆପଡ଼ା ସହରର ତୋପରାମ ରାଉତ ଓ ଗଣେଶ ଚନ୍ଦ୍ର ନାଗ ୨୦୨୩ ଏପ୍ରିଲ ୯ରେ ନୂଆପଡ଼ାସ୍ଥିତ ଗୁପ୍ତା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଆସି ୩୭୫ ମି.ଲି.ର ଏକ ବିଦେଶୀ ମଦ (ରୟାଲ ଷ୍ଟାଗ୍‌) ବୋତଲ ମାଗିଥିଲେ। ସେଥିରେ ଏମ୍‌ଆର୍‌ପି ୩୫୦ ଟଙ୍କା ରହିଥିଲା। ହେଲେ ଦୋକାନୀ ୪୨୦ ଟଙ୍କା ଦେବାକୁ କହିଥିଲେ। ଗ୍ରାହକମାନେ ପ୍ରତିବାଦ କରିବାରୁ ଶେଷରେ ଦୋକାନୀ ଧାର୍ଯ୍ୟ ମୂଲ୍ୟଠାରୁ ୫୦ଟଙ୍କା ଅଧିକ ନେଇଥିଲେ। ଏହା ବିରୋଧରେ ଦୁଇ ଗ୍ରାହକ ଜିଲା ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ନ୍ୟାୟ ନ ମିଳିବାରୁ ସେମାନେ ଜିଲା ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଖାଉଟି ଅଦାଲତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମିଶ୍ର ଓ ସଦସ୍ୟ ହଳଧର ପଧାନଙ୍କ ଖଣ୍ଡପୀଠ ମାମଲାର ବିଚାର କରି ମଦ ଦୋକାନୀ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରି ନିର୍ଦ୍ଦେଶନାମା ପାଇବାର ୩୦ଦିନ ଭିତରେ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଓ କେସ୍‌ ଖର୍ଚ୍ଚ ବାବଦକୁ ୧୦ ହଜାର ଟଙ୍କା ଲେଖାଏ ୨ ଅଭିଯୋଗକାରୀଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ବାର୍ଷିକ ସୁଧ ୧୫% ଲାଗୁ ହେବ। ଏହାସହିତ ଅସୁଲି କରିଥିବା ଅଧିକ ୫୦ ଟଙ୍କାର ବାର୍ଷିକ ୧୮% ସୁଧ ହାରରେ ଫେରାଇବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

The post ୫୦ ଟଙ୍କା ପାଇଁ ଲକ୍ଷେ ୨୦ ହଜାର ତଣ୍ଡ ଗଣିବେ ବିଦେଶୀ ମଦ ଦୋକାନୀ appeared first on Dharitri Odia News.