୫୧ ଦିନ ଧରି ଚାଲିବ ରେଡ ଡ୍ରପ ମାରାଥନ: ୩୩ଦିନରେ ୨୦୦୧ ୟୁନିଟ ରକ୍ତ ସଂଗ୍ରହ
ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ରେଡ ଡ୍ରପ ମାରାଥନ ରକ୍ତ ସଂଗ୍ରହ ଅଭିଯାନ ଅବଧି ୫୧ଦିନକୁ ବୃଦ୍ଧି ପାଇଛି। ଏହି ଅଭିଯାନ ୩୩ଦିନ ଧରି ଚାଲିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ରବିବାର ଏହି ଅବଧି ସରିଥିଲା। ଗତ ୩୩ଦିନ ଧରି ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସର୍ବମୋଟ ୨୦୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ତେବେ ନିଷ୍ଠା ପରିବାରର ଶୁଭେଚ୍ଛା […] The post ୫୧ ଦିନ ଧରି ଚାଲିବ ରେଡ ଡ୍ରପ ମାରାଥନ: ୩୩ଦିନରେ ୨୦୦୧ ୟୁନିଟ ରକ୍ତ ସଂଗ୍ରହ appeared first on Dharitri Odia News.
ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଗତ ଜାନୁଆରୀ ପହିଲାରୁ ଆରମ୍ଭ ହୋଇଥିବା ରେଡ ଡ୍ରପ ମାରାଥନ ରକ୍ତ ସଂଗ୍ରହ ଅଭିଯାନ ଅବଧି ୫୧ଦିନକୁ ବୃଦ୍ଧି ପାଇଛି। ଏହି ଅଭିଯାନ ୩୩ଦିନ ଧରି ଚାଲିବାକୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ରବିବାର ଏହି ଅବଧି ସରିଥିଲା। ଗତ ୩୩ଦିନ ଧରି ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସର୍ବମୋଟ ୨୦୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ତେବେ ନିଷ୍ଠା ପରିବାରର ଶୁଭେଚ୍ଛା ହିତାକାଂକ୍ଷୀ, ସହଯୋଗୀ ତଥା ଜନସାଧାରଣଙ୍କ ଭଲ ପାଇବା, ଉତ୍ସାହ ଓ ପ୍ରେରଣାକୁ ସମ୍ମାନ ଜଣାଇ ଏହି ଅଭିଯାନକୁ ୫୧ଦିନକୁ ପରିବର୍ଦ୍ଧିତ କରାଯାଇଛି ଏବଂ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ବିନୀ ତ୍ରିପାଠୀ ସୂଚନା ଦେଇଛନ୍ତି।
The post ୫୧ ଦିନ ଧରି ଚାଲିବ ରେଡ ଡ୍ରପ ମାରାଥନ: ୩୩ଦିନରେ ୨୦୦୧ ୟୁନିଟ ରକ୍ତ ସଂଗ୍ରହ appeared first on Dharitri Odia News.