୫୧୨ ଜଣଙ୍କୁ ନୂତନ ନିଯୁକ୍ତି ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟରେ ଚାଲିଛି ନିଯୁକ୍ତି ପର୍ବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରଫେସରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ I ଯୁବପିଢ଼ିଙ୍କୁ ଦକ୍ଷକରି ଗଢ଼ିତୋଳିବା ପାଇଁ ସଂକଳ୍ପ […]

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ନିଯୁକ୍ତି ପର୍ବ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୧୨ ନୂଆ ସହକାରୀ ପ୍ରଫେସର, ସହକାରୀ ଟ୍ରେନିଂ ଅଫିସର, କନିଷ୍ଠ ସହକାରୀ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରଫେସରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ I ଯୁବପିଢ଼ିଙ୍କୁ ଦକ୍ଷକରି ଗଢ଼ିତୋଳିବା ପାଇଁ ସଂକଳ୍ପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗରେ ୧୫୮ ଜଣ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ମିଳିଥିବା ବେଳେ, ୧୯୪ ଜଣ ସହକାରୀ ଟ୍ରେନିଂ ଅଫିସର,୧୫୦ ଜଣ କନିଷ୍ଠ ସହାୟକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ତେବେ ଗତ କିଛି ବର୍ଷ ମଧ୍ୟରେ ଉଭୟ ସରକାରୀ ଏବଂ ଅଣ-ସରକାରୀ ସହାୟକ ମହାବିଦ୍ୟାଳୟ ପାଇଁ ରେକର୍ଡ ସଂଖ୍ୟକ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ (୪୯୪୧) ନିଯୁକ୍ତ ହୋଇଛନ୍ତି। ସରକାରୀ ଭାବେ ଡିଗ୍ରୀ କଲେଜରେ ୫୫୬ ସହକାରୀ ପ୍ରଫେସରଙ୍କୁ ଏହି ସମୟ ମଧ୍ୟରେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟେ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନରେ ନିଯୁକ୍ତ ୩୩୨ ସହକାରୀ ପ୍ରଫେସର ଏବଂ ୩୦୮ ଜଣ ଅଣଶିକ୍ଷକ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେହିପରି ଗତ କିଛି ବର୍ଷ ମଧ୍ୟରେ ଅଣ-ସରକାରୀ ସହାୟକ କଲେଜଗୁଡ଼ିକରେ ୩୭୪୫ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି ।
ତେବେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାରେ ନବନିଯୁକ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉଚ୍ଚଶିକ୍ଷା ସହିତ ଆମର ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ କୌଶଳ କ୍ଷେତ୍ର ବେଶ୍ ଗୁରୁତ୍ୱ ବହନ କରେ। ରାଜ୍ୟ ସରକାର ଦକ୍ଷ ତଥା ସଶକ୍ତ ଓଡ଼ିଶା ଆଡକୁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛନ୍ତି। ଏହି ନିଯୁକ୍ତି ଦକ୍ଷତା ବିକାଶ ପାଇଁ ୫-ଟି ଢାଞ୍ଚାର ପ୍ରତିବଦ୍ଧତାକୁ ସୂଚିତ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ୫-ଟି ପଦକ୍ଷେପକୁ ପ୍ରୟୋଗ କରି ଉଚ୍ଚଶିକ୍ଷା ବିଭାଗ କାର୍ୟ୍ୟ କରୁଛି। ଉଚ୍ଚଶିକ୍ଷାରେ ରାଜ୍ୟ ବଜେଟ୍ ୪୦୦୦ କୋଟିରେ ପହଞ୍ଚିଛି ଏବଂ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ କହିଛନ୍ତି ଯେ ସ୍କିଲ୍ଡ-ଇନ୍-ଓଡ଼ିଶା ପଦକ୍ଷେପ ଦକ୍ଷତା ବିକାଶ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିଛି। ସ୍କିଲ୍ଡ-ଇନ୍-ଓଡିଶା ଓ ମେକ୍ ଇନ୍-ଓଡିଶା ବର୍ତ୍ତମାନ ସାରା ଦେଶରେ ଗୁଞ୍ଜରଣ ସୃଷ୍ଟି କରିଛି ।