୫୪୬ କେଜି ଓଜନ କମାଇଲେ ସବୁଠୁ ମୋଟା ବ୍ୟକ୍ତି

ରିଆଧ: ବିଶ୍ବର ସବୁଠାରୁ ଓଜନଦାର ବ୍ୟକ୍ତି ଖାଲିଦ ବିନ ମୋହସେନ ଶାରି ନିଜକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ପୃଥୁଳକାୟ ଶରୀର ଥିବା ମୋହସେନ ୫୪୨ କେଜି ଓଜନ ହ୍ରାସ କରିଛନ୍ତି। ୧୦ ବର୍ଷରେ ୬୧୦ କେଜିରୁ ୬୩.୫ କେଜିକୁ ଖସି ଆସିଛନ୍ତି। ସାଉଦି ଆରବର ପୂର୍ବତନ ରାଜା ଅବଦୁଲ୍ଲାଙ୍କ ସହାୟତା ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି। ୨୦୧୩ରେ ଜଜାନ ସହରର ବାସିନ୍ଦା ଖାଲିଦଙ୍କ ଓଜନ ୬୧୦ କେଜି ଥିଲା। ସେ ୩ ବର୍ଷରୁ ଅଧିକ ସମୟ […]

୫୪୬ କେଜି ଓଜନ କମାଇଲେ ସବୁଠୁ ମୋଟା ବ୍ୟକ୍ତି
The-fattest-person-gained-546-kg

ରିଆଧ: ବିଶ୍ବର ସବୁଠାରୁ ଓଜନଦାର ବ୍ୟକ୍ତି ଖାଲିଦ ବିନ ମୋହସେନ ଶାରି ନିଜକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ପୃଥୁଳକାୟ ଶରୀର ଥିବା ମୋହସେନ ୫୪୨ କେଜି ଓଜନ ହ୍ରାସ କରିଛନ୍ତି। ୧୦ ବର୍ଷରେ ୬୧୦ କେଜିରୁ ୬୩.୫ କେଜିକୁ ଖସି ଆସିଛନ୍ତି। ସାଉଦି ଆରବର ପୂର୍ବତନ ରାଜା ଅବଦୁଲ୍ଲାଙ୍କ ସହାୟତା ଯୋଗୁଁ ଏ ସବୁ ସମ୍ଭବ ହୋଇପାରିଛି। ୨୦୧୩ରେ ଜଜାନ ସହରର ବାସିନ୍ଦା ଖାଲିଦଙ୍କ ଓଜନ ୬୧୦ କେଜି ଥିଲା। ସେ ୩ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବେଡ୍‌ରେ ପଡ଼ି ରହିଥିଲେ। ଦୈନନ୍ଦିନ ଜୀବନଚର୍ଯ୍ୟା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ। ଏଭଳି ସ୍ଥିତି ଦେଖି ତାଙ୍କୁ ରାଜା ସହାୟତା କରିଥିଲେ। କ୍ରେନ ଏବଂ ସ୍ବତନ୍ତ୍ର ବେଡ୍‌ ମାଧ୍ୟମରେ ନେଇ ତାଙ୍କୁ ରିଆଧ ଡାକ୍ତରଖାନାରେ ଭର୍ତ୍ତି କରି ୩୦ ଡାକ୍ତରଙ୍କ ଅନୁଧ୍ୟାନରେ ରଖିଥିଲେ।