୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଡବ୍ଲ୍ୟୁସିର ଅନୁମୋଦନ

ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍‌ ୱିଣ୍ଡୋ କମିଟି(ଏସ୍‌ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ବିଶେଷକରି ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତ୍ତ୍ୱପୂର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍‌-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅନୁମୋଦିତ […] The post ୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଡବ୍ଲ୍ୟୁସିର ଅନୁମୋଦନ appeared first on Dharitri Odia News.

୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଡବ୍ଲ୍ୟୁସିର ଅନୁମୋଦନ

ଭୁବନେଶ୍ୱର,୧୮।୩: ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫ମ ସିଙ୍ଗଲ୍‌ ୱିଣ୍ଡୋ କମିଟି(ଏସ୍‌ଡବ୍ଳ୍ୟୁସି) ବୈଠକରେ ମୋଟ ୮୨.୪୨ ମେଗାୱାଟ୍‌ ଅକ୍ଷୟ ଶକ୍ତି ଉପତ୍ାଦନ ପାଇଁ ଆସିଥିବା ୫୫୬.୪୯କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ବିଶେଷକରି ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଏହି ଉତ୍ସର୍ଗୀକୃତ ମହତ୍ତ୍ୱପୂର୍ଣ୍ଣ ଅର୍ଥ ବିନିଯୋଗ ରାଜ୍ୟ ସରକାରଙ୍କ ନେଟ୍‌-ଜିରୋ ପ୍ରଦୂଷଣ ହ୍ରାସ ଲକ୍ଷ୍ୟ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଇଟିସି ଲିମିଟେଡ୍‌ ଦ୍ୱାରା ୧୦ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୌରପ୍ରକଳ୍ପ, ଟାଟା ଷ୍ଟିଲ୍‌ ଦ୍ୱାରା ୭.୯୨ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ୍‌ ସୌରପ୍ରକଳ୍ପ ଏବଂ ଏମ୍‌ଜିଏମ୍‌ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ର ୫ ମେଗାୱାଟ୍‌ ଗ୍ରାଉଣ୍ଡ ମାଉଣ୍ଟେଡ ସୌରପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି, ଯାହାକି ରାଜ୍ୟର ସାମ୍ପ୍ରତିକ ସୌରଶକ୍ତି କ୍ଷମତାକୁ ଅଧିକ ପରିବର୍ଦ୍ଧିତ କରିବ। ସେହିପରି ରାଜ୍ୟରେ ଜଳ ବିଦ୍ୟୁତ୍‌ ଶକ୍ତି ଉତ୍ସର ଯଥାଯଥଃ ଉପଯୋଗ ଦିଗରେ ବଳିଷ୍ଠ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାରଙ୍କ ଅଧୀନ ଜେଡ୍‌କଲ୍‌ ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ଼(ସେଲ୍‌)ର ଯୌଥ ଉଦ୍ୟୋଗରେ ୧୦ ମେଗାୱାଟ୍‌ ଉପତ୍ାଦନକ୍ଷମ ଏକ କ୍ଷୁଦ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏତଦ୍‌ବ୍ୟତୀତ, ଜେଏସ୍‌ଡବ୍ଲ୍ୟୁ-ନିଓ ଏନର୍ଜି ଲିମିଟେଡ୍‌ ଦ୍ୱାରା ପ୍ରାସ୍ତାବିତ ୪୯.୫ମେଗାୱାଟ୍‌ କ୍ଷମତା ବିଶିଷ୍ଟ ରାଜ୍ୟର ପ୍ରଥମ ପବନ ଶକ୍ତି ପ୍ରକଳ୍ପକୁ ମଧ୍ୟ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଉଲ୍ଲେଖଯୋଗ୍ୟ, ରାଜ୍ୟ ଶକ୍ତି ବିଭାଗର ସିଙ୍ଗଲ୍‌ ୱିଣ୍ଡୋ କମିଟି (ଏସ୍‌ଡବ୍ଳ୍ୟୁସି) ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅନୁଯାୟୀ ୨୦୨୪ ମାର୍ଚ୍ଚ ୧୬ ସୁଦ୍ଧା ୩୯୭.୨୬ମେଗାୱାଟ୍‌ ଅକ୍ଷୟଶକ୍ତି ଉପତ୍ାଦନ ପାଇଁ ମୋଟ ୩,୧୨୯.୫୪ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି।

The post ୫୫୬.୪୯କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ଏସ୍‌ଡବ୍ଲ୍ୟୁସିର ଅନୁମୋଦନ appeared first on Dharitri Odia News.