୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା
ଭୁବନେଶ୍ୱର, ୨୫।୩(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇଛି। ଏଥିରୁ ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଲୋକ ସଭା ଟିକେଟ ଦେଇନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭାଜପା ମୟୂରଭଞ୍ଜରୁ ଟିକେଟ ନ ଦେବା ଚର୍ଚ୍ଚାର […] The post ୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା appeared first on Dharitri Odia News.
ଭୁବନେଶ୍ୱର, ୨୫।୩(ସୁନିତ୍ ମିଶ୍ର): ୨୦୨୪ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ରବିବାର ଓଡ଼ିଶାର ୧୮ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପ୍ରାର୍ଥୀ ଘୋଷଣାରେ ଏବେ ବିଜେଡି ଏବଂ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି। ହେଲେ ୬ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ପ୍ରାର୍ଥୀ ବଦଳାଇଛି। ଏଥିରୁ ୪ଟି ଆସନରେ ବିଜୟୀ ପ୍ରାର୍ଥୀଙ୍କୁ ମଧ୍ୟ ଦଳ ଲୋକ ସଭା ଟିକେଟ ଦେଇନାହିଁ। ସେହିପରି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଭାଜପା ମୟୂରଭଞ୍ଜରୁ ଟିକେଟ ନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷରେ ରାଜ୍ୟର ୩ ପ୍ରମୁଖ ଲୋକ ସଭା ଆସନ କଟକ, ଯାଜପୁର ଏବଂ କନ୍ଧମାଳରେ ଭାଜପା କାହାକୁ ପ୍ରାର୍ଥୀ କରିବ ସେନେଇ ଘୋଷଣା ନ କରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏହି ୩ ଆସନରେ ଭାଜପା ଅନ୍ୟ ଦଳରୁ ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଇପାରେ ବୋଲି କୁହାଯାଉଛି।
ଭାଜପା ଯେଉଁ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି, ସେଥିରେ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ଏମ୍ପି ସୁରେଶ ପୂଜାରୀ, ନିତେଶ ଗଙ୍ଗଦେବ, ବସନ୍ତ ପଣ୍ଡା ଏବଂ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ପ୍ରାର୍ଥୀ କରିନାହିଁ। ସୁରେଶଙ୍କ ସ୍ଥାନରେ ଦଳ ବରଗଡ଼ରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବାବେଳେ ସମ୍ବଲପୁରରେ ନିତେଶ ଗଙ୍ଗଦେବଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୟୂରଭଞ୍ଜରେ ନବ ଚରଣ ମାଝୀ, କଳାହାଣ୍ଡିରେ ମାଳବିକା କେଶରୀ ଦେଓଙ୍କୁ ନୂଆକରି ଦଳ ଟିକେଟ ଦେଇଛି। ସେହିପରି କୋରାପୁଟ ଲୋକ ସଭା ଆସନରେ ଗତଥର ଜୟରାମ ପାଙ୍ଗୀଙ୍କୁ ଦଳ ଟିକେଟ ଦେଇଥିବାବେଳେ ଭାଜପା ସେଠାରେ ୩ ନମ୍ବର ସ୍ଥାନରେ ରହିଥିଲା। ଏଥର ଦଳ ସେହି ଆସନରେ କାଲେରାମ ମାଝିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବ୍ରହ୍ମପୁର ଆସନ ନିମନ୍ତେ ଗତଥର ଦଳ ଭୃଗୁ ବକ୍ସିପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ଏଥର ଏଠାରେ ବିଜେଡିରୁ ବହିଷ୍କୃତ ହୋଇ ଭାଜପାରେ ଯୋଗଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି।
ଗତଥର ବିଜୟୀ ହୋଇଥିବା ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତେଶ ଗଙ୍ଗଦେବ ଏବଂ ବିଶ୍ୱେଶ୍ୱରଙ୍କୁ ଦଳ କେଉଁଠାରେ ଥଇଥାନ କରିବ ନା ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବସନ୍ତ ଏବଂ ବିଶ୍ୱେଶ୍ୱର ବିଧାନସଭା ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ଧର୍ମେନ୍ଦ୍ର ଏଥର ସମ୍ବଲପୁରରୁ ଲୋକ ସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଥିବାବେଳେ ନିତେଶ ଏଥର ବାଦ୍ ପଡ଼ିପାରନ୍ତି ବୋଲି ମଧ୍ୟ ପ୍ରାୟ ସମସ୍ତଙ୍କୁ ଊଣା ଅଧିକେ ଜଣାଥିଲା। ୨୦୧୪ରୁ ୨୦୧୯ ନିତେଶ ଦେବଗଡ଼ରୁ ବିଧାୟକ ଥିଲେ। ତେଣୁ ତାଙ୍କୁ ଦଳ ପୁଣିଥରେ ସେହି ଆସନରୁ ବିଧାନସଭାକୁ ପଠାଇପାରେ। ହେଲେ ନିତେଶଙ୍କ ସ୍ତ୍ରୀ କିଛିଦିନ ହେବ ବିଜେଡି ସହ ସମ୍ପର୍କରେ ଥିବାରୁ ତାଙ୍କ ପରିବାର ଶାସକ ଦଳରେ ମଧ୍ୟ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି। ସେହିପରି କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ୬ଥର ବିଜୟୀ ହୋଇଥିବା ଭର୍ତ୍ତୃହରି ମହତାବ ୨ ଦିନ ତଳେ ଦଳ ଛାଡ଼ିଛନ୍ତି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
The post ୬ ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା appeared first on Dharitri Odia News.