୬ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା ଭାଲୁ, ସୁରକ୍ଷିତ ସ୍ଥାନକୁ ନେଲା ବନ ବିଭାଗ
ନବରଙ୍ଗପୁର ୧୬/୭: ୬ ଘଣ୍ଟାର ପରିଶ୍ରମ ପରେ ଦୁଷ୍ଟ ଭାଲୁକୁ କାବୁ କରିଛି ବନବିଭାଗ । ନନ୍ଦହାଣ୍ଡି ବ୍ଲକ ଦହଣା ପ୍ରାଥମିକ ବିଦ୍ୟାଳୟରେ ଥିବା ଭାଲୁକୁ ଟ୍ରାଙ୍କୁଲାଇଜ କରି ଧରିଛି ବନ ବିଭାଗ । ଆଜି ସକାଳୁ ସ୍କୁଲ ଖୋଲିବା ସମୟରେ ସ୍କୁଲର ନିର୍ମାଣାଧୀନ ଘର ସାମ୍ନାରେ ଭାଲୁ ଶୋଇଥିବାର ଦେଖିଥିଲେ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟମାନେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ସଙ୍ଗେ ସଙ୍ଗେ ନବରଙ୍ଗପୁର ବିଧାୟକ ପହଞ୍ଚି ଭାଲୁକୁ କାବୁ କରିବାକୁ ବନ ବିଭାଗ ସହ ଆଲୋଚନା କରିଥିଲେ । ବନବିଭାଗ କର୍ମଚାରୀ ଓ ରାପିଡ ରେସପନ୍ସ ଟିମ୍ ଭାଲୁକୁ କାବୁ କରିବାକୁ ଜାଲ ବିଛାଇଥିଲେ । ଲୋକଙ୍କୁ ଦେଖି ଭାଲୁଟି ଗଛ ଉପରକୁ ଚଢିଯାଇଥିଲା । ଶେଷରେ ଭାଲୁକୁ ଟ୍ରାଙ୍କୁଲାଇଜ କରିଥିଲା ବନବିଭାଗ । ଅଚେତ ଅବସ୍ଥାରେ ଭାଲୁକୁ ତଳକୁ ଜାଲରେ ଧରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ବନ ବିଭାଗ ।