୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର
ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଜିଲା ବିଜେଡି ଉପସଭାପତି ନରେନ୍ଦ୍ର କୁମାର ଭୁକ୍ତା ଶନିବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ବିଧାୟକଙ୍କୁ କଡ଼ା ସମାଲୋଚନା କରି ନରେନ୍ଦ୍ର କହିଛନ୍ତି, ପାଲଲହଡ଼ାରୁ ନିର୍ବାଚିତ ହେବାର ୬ ମାସ ପରେ ମଧ୍ୟ ବିଧାୟକ ନିଜ […] The post ୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର appeared first on Dharitri Odia News.
ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଜିଲା ବିଜେଡି ଉପସଭାପତି ନରେନ୍ଦ୍ର କୁମାର ଭୁକ୍ତା ଶନିବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି। ବିଧାୟକଙ୍କୁ କଡ଼ା ସମାଲୋଚନା କରି ନରେନ୍ଦ୍ର କହିଛନ୍ତି, ପାଲଲହଡ଼ାରୁ ନିର୍ବାଚିତ ହେବାର ୬ ମାସ ପରେ ମଧ୍ୟ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଟଙ୍କାଟିଏର ନୂତନ ଅନୁଦାନ ଆଣି ନାହାନ୍ତି। ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ମୁକେଶ ପାଲଙ୍କ ଅମଳରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଛି। ତେବେ ଏ ସମ୍ପର୍କରେ ବିଧାୟକ ମହାନ୍ତିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ପାରିବାରୁ ତାଙ୍କ ମତାମତ ମିଳିପାରି ନାହିଁ।
The post ୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର appeared first on Dharitri Odia News.