୬ ସାଇବର ଲୁଟେରା ଗିରଫ, ୪ ଲକ୍ଷ ଟଙ୍କା ଜବତ
କଟକ: କମିଶନରେଟ ପୁଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ଓ ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଏହି ଲୁଟେରାମାନେ ମୋବାଇଲରେ ମେସେଜ କରି ଆପ ଜରିଆରେ ଲୁଟୁଥିଲେ। ସେମାନେ ଜଣେ ଏଲଆଇସି ଅଫିସରଙ୍କଠାରୁ ୭୮ହଜାର ଟଙ୍କା ଲୁଟିଥିଲେ। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍ କାର୍ଡ ପୁଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିଶନରେଟ […]

କଟକ: କମିଶନରେଟ ପୁଲିସ ପକ୍ଷରୁ ୬ଜଣ ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କଠାରୁ ୪ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସମସ୍ତ ଲୁଟେରା ବଲାଙ୍ଗିର ଓ ପାଟଣାଗଡ଼଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ଏହି ଲୁଟେରାମାନେ ମୋବାଇଲରେ ମେସେଜ କରି ଆପ ଜରିଆରେ ଲୁଟୁଥିଲେ। ସେମାନେ ଜଣେ ଏଲଆଇସି ଅଫିସରଙ୍କଠାରୁ ୭୮ହଜାର ଟଙ୍କା ଲୁଟିଥିଲେ। ଲୁଟେରାଙ୍କଠାରୁ ମୋବାଇଲ ଫୋନ ଏବଂ ଏଟିଏମ୍ କାର୍ଡ ପୁଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିଶନରେଟ ପୁଲିସର ଏକ ଟିମ୍ ରାଜ୍ୟ ବାହାରକୁ ଯାଇଛି ବୋଲି ଜଣାପଡ଼ିଛି।