୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବେ ବୋର୍ଡ, ପରୀକ୍ଷା ପୂର୍ବରୁ ଡ୍ରାଏ ରନ୍
କଟକ 19/02 : ଆସନ୍ତା ୨୧ତାରିଖରେ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ହେବ ଡ୍ରାଏ ରନ୍। ୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବ ବୋର୍ଡ। ଏଥିପାଇଁ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ତିଆରି କରାଯାଇଥିବା କଣ୍ଟ୍ରୋଲ ରୁମ୍ କୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ପରୀକ୍ଷା ସେଣ୍ଟରର ସୁପରିଟେଣ୍ଡ୍ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ। ସବୁ ଷ୍ଟ୍ରଙ୍ଗରୁ ଲାଇଭ୍ ଫୁଟେଜ୍ ଉପରେ ବୋର୍ଡ ନଜର ରଖିବ। ଏପଟେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ବର୍ଷା ପୂର୍ବାନୁମାନ ନେଇ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ଆସନ୍ତାକାଲି ସୁଦ୍ଧା ସମସ୍ତ ୩୧୪ଟି ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର। ସୂଚନାନୁଯାୟୀ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ୧୨ ତାରିଖରେ ନୋଡାଲ କେନ୍ଦ୍ରକୁ ପଠାଯାଇଛି ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର, ୩୧୪ ନୋଡାଲ ସେଣ୍ଟର’ । ଏଥର ନିର୍ଦ୍ଧାରିତ ସମୟରେ ବାହାରିବ ପରୀକ୍ଷା ଫଳ । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ଟି ସ୍କ୍ୱାର୍ଡ । ମୋଟ ୧୭୨ଟି ସ୍କ୍ବାର୍ଡ ଗଠନ ହେବ । ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ ।
କଟକ 19/02 : ଆସନ୍ତା ୨୧ତାରିଖରେ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ । ତେବେ ପରୀକ୍ଷା ପୂର୍ବରୁ ହେବ ଡ୍ରାଏ ରନ୍। ୬୦୦ ପରୀକ୍ଷା କେନ୍ଦ୍ରକୁ ଲାଇଭ୍ ଦେଖିପାରିବ ବୋର୍ଡ। ଏଥିପାଇଁ ବୋର୍ଡ କାର୍ଯ୍ୟାଳୟ ମଧ୍ୟରେ ତିଆରି କରାଯାଇଥିବା କଣ୍ଟ୍ରୋଲ ରୁମ୍ କୁ ସଂପୂର୍ଣ୍ଣ ପ୍ରସ୍ତୁତ କରାଯାଇଛି। ପରୀକ୍ଷା ସେଣ୍ଟରର ସୁପରିଟେଣ୍ଡ୍ ଓ ଅବଜରଭର୍ ମୋବାଇଲ ବ୍ୟବହାର କରିପାରିବେ। ସବୁ ଷ୍ଟ୍ରଙ୍ଗରୁ ଲାଇଭ୍ ଫୁଟେଜ୍ ଉପରେ ବୋର୍ଡ ନଜର ରଖିବ। ଏପଟେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, ବର୍ଷା ପୂର୍ବାନୁମାନ ନେଇ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। ଆସନ୍ତାକାଲି ସୁଦ୍ଧା ସମସ୍ତ ୩୧୪ଟି ନୋଡାଲ ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର।

ସୂଚନାନୁଯାୟୀ ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ୧୨ ତାରିଖରେ ନୋଡାଲ କେନ୍ଦ୍ରକୁ ପଠାଯାଇଛି ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର, ୩୧୪ ନୋଡାଲ ସେଣ୍ଟର’ । ଏଥର ନିର୍ଦ୍ଧାରିତ ସମୟରେ ବାହାରିବ ପରୀକ୍ଷା ଫଳ । ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ । କପି ରୋକିବାକୁ ୪ ସ୍ତରୀୟ ସ୍କ୍ୱାର୍ଡ ଗଠିତ ହେବ । ବୋର୍ଡ ପକ୍ଷରୁ ଗଠିତ ହେବ ୪୨ଟି ସ୍କ୍ୱାର୍ଡ । ମୋଟ ୧୭୨ଟି ସ୍କ୍ବାର୍ଡ ଗଠନ ହେବ । ୬୦୦ ସେଣ୍ଟରରେ ଲାଗିବ ସିସିଟିଭି, ସମସ୍ତ ନୋଡାଲ ସେଣ୍ଟର ସିସିଟିଭି ନଜରରେ ରହିବ । ନିଜସ୍ବ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣେଇବ ବୋର୍ଡ । ଖାସ୍ କରି ପ୍ରଶ୍ନପତ୍ର ଲିକ୍ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । କାରଣ ଏଥର ପ୍ରଶ୍ନପତ୍ର ରହିବ ସିରିଏଲ ନମ୍ୱର । ଯାହାକି ଭାଇରାଲ୍ ହେଲେ ସହଜେ ଧରା ପକାଇଦେବ ।

ପ୍ରଶ୍ନପତ୍ର ପ୍ରଘଟକାରୀଙ୍କୁ ସାବାଡ୍ କରିବା ପାଇଁ ଏଥର ମାଟ୍ରିକ୍ର ପ୍ରତି ପ୍ରଶ୍ନପତ୍ର ଉପରେ ପରୀକ୍ଷାର୍ଥୀଙ୍କ ବୁକ୍ଲେଟ୍ର କ୍ରମିକ ନମ୍ବର ତଥା ସିରିଏଲ୍ ନମ୍ବର ୱାଟର୍ ମାର୍କରେ ଉଲ୍ଲେଖ ରହିବ । ବୁକଲେଟ୍ ନମ୍ବର ୱାଟର ମାର୍କ ସହ କ୍ୟୁ-ଆର୍ (କୁଇକ୍ ରେସ୍ପନ୍ସ) କୋଡ୍ ନମ୍ବର ଏବଂ ଷ୍ଟାଟିକ୍ କ୍ୟୁ-ଆର୍ କୋଡ୍ ଛାପ ପ୍ରତିଟି ପ୍ରଶ୍ନପତ୍ର ଉପରେ ଉଲ୍ଲେଖ କରାଇବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଆହୁରି ବି ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ । ସେନ୍ସର କମାଣ୍ଡ ସିଷ୍ଟମ ଆପଣେଇବ ବୋର୍ଡ ।