୬୧ତମ ରାଜ୍ୟ ଜୁନିୟର ବାସ୍କେଟବଲ ଚାମ୍ପିୟନସିପ୍ ଉଦଘାଟିତ

ଗୋପାଳପୁର: ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟ ଇନଡୋର ଷ୍ଟାଡିୟମ ପରିସରରେ ଓଡିଶା ବାସ୍କେଟବଲ ଆସୋସିଏସନ୍ କଟକ ପକ୍ଷରୁ ୬୧ତମ ରାଜ୍ୟ ବାସ୍କେଟବଲ ଚାମ୍ପିୟନସିପ୍ (ଜୁନିୟର ବାଳକ ଓ ବାଳିକା) ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ. ଏମ ଶ୍ରବଣ ବିବେକ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ନିଷ୍ଟ ବିଶ୍ବବିଦ୍ୟାଳୟର ଡିନ୍ ଡଃ ପି. ରାଜେଶ କୁମାର, ଓଡ଼ିଶା ବାସ୍କେଟବଲ […]

୬୧ତମ ରାଜ୍ୟ ଜୁନିୟର ବାସ୍କେଟବଲ ଚାମ୍ପିୟନସିପ୍ ଉଦଘାଟିତ

ଗୋପାଳପୁର: ଗୋଳନ୍ଥରା ସ୍ତିତ ନିଷ୍ଟ ବିଶ୍ବବିଦ୍ୟାଳୟ ଇନଡୋର ଷ୍ଟାଡିୟମ ପରିସରରେ ଓଡିଶା ବାସ୍କେଟବଲ ଆସୋସିଏସନ୍ କଟକ ପକ୍ଷରୁ ୬୧ତମ ରାଜ୍ୟ ବାସ୍କେଟବଲ ଚାମ୍ପିୟନସିପ୍ (ଜୁନିୟର ବାଳକ ଓ ବାଳିକା) ରବିବାର ଅପରାହ୍ନରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ. ଏମ ଶ୍ରବଣ ବିବେକ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ନିଷ୍ଟ ବିଶ୍ବବିଦ୍ୟାଳୟର ଡିନ୍ ଡଃ ପି. ରାଜେଶ କୁମାର, ଓଡ଼ିଶା ବାସ୍କେଟବଲ ସଙ୍ଘର ସଭାପତି ଜ୍ଞାନରଞ୍ଜନ ପରିଡ଼ା, ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, ଉପାଧ୍ୟକ୍ଷ ତଥା ବୈଷୟିକ କମିଟିର ଅଧ୍ୟକ୍ଷ ଶରତ ମହାପାତ୍ର, ଓଡ଼ିଶା ବାସ୍କେଟବଲ ସଙ୍ଘର ଉପସଭାପତି ନିରୋଜ ବନ୍ଧୁ ଯାଦବ, କୋଷାଧକ୍ଷ ପ୍ରଦୀପ କୁମାର ବେହେରା, ପରିଷଦ ସଦସ୍ୟ ସନ୍ତୋଷ ମହାନ୍ତି ଓ ସତୀଶ ସାହୁ ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲା ଏବଂ କ୍ଲବରୁ ୨୯ଟି ବାଳକ ଦଳ ଏବଂ ୧୪ଟି ବାଳିକା ଦଳ ଅଂଶ ଗ୍ରହଣ କରିଛନ୍ତି। ଆଜିର ପ୍ରତିଯୋଗିତାରେ ୧୭ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସର୍ବାଧିକ ୬୪୦ ଜଣ ପ୍ରତିଯୋଗୀ ତଥା ଖେଳ ପରିଚାଳକ, ସ୍ଵେଚ୍ଛାସେବକ ମାନେ ଅଂଶଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏହି ପ୍ରତିଯୋଗିତା ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।