୬.୯% ପର୍ଯ୍ୟନ୍ତ ବଢ଼ିବ ଭାରତର ବିକାଶ ଦର; ସଂଶୋଧିତ ରିପୋର୍ଟ ପ୍ରକାଶ କଲା ସଂଯୁକ୍ତ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବାନୁମାନ କରିଛି ସଂଯୁକ୍ତ ରାଷ୍ଟ୍ର । ପୂର୍ବ ରିପୋର୍ଟକୁ ସଂଶୋଧନ କରି କହିଛି, ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୪ ଆର୍ଥିକ ବର୍ଷରେ ପ୍ରାୟ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସଂଯୁକ୍ତ ରାଷ୍ଟ୍ର କହିଛି, ସାର୍ବଜନିକ ନିବେଶ ଏବଂ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଭାରତୀୟ ଅର୍ଥ ବ୍ୟବସ୍ଥା ତୀବ୍ର ଗତିରେ ବଢ଼ିବ । ସଂଯୁକ୍ତ ରାଷ୍ଟ୍ର ୨୦୨୪ ମଧ୍ୟଭାଗ ପର୍ଯ୍ୟନ୍ତ  ବୈଶ୍ବକ ଆର୍ଥିକ ସ୍ଥିତି ଏବଂ ସମ୍ଭାବନାକୁ ନେଇ ରିପୋର୍ଟ ଜାରି କରିଛି । ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁଯାୟୀ, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୪ ଆର୍ଥିକ ବର୍ଷରେ ବିକାଶ ଦର ୬.୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିପରି ୨୦୨୫ ଆର୍ଥିକ ବର୍ଷରେ  ବିକାଶ ହାର ୬.୬ ପ୍ରତିଶତ ପର୍ଯ୍ୟନ୍ତ ରହିବ । ରିପୋର୍ଟରେ କୁହାଯାଇଛି, ରପ୍ତାନୀ ହାର କମିବା ଯୋଗୁ ଉତ୍ପାଦନ ମଧ୍ୟ ହ୍ରାସ ପାଇବ । ହେଲେ ଫାର୍ମାସ୍ୟୁଟିକାଲ୍ ଏବଂ କେମିକାଲ ଉତ୍ପାଦନ ଦ୍ରୁତଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସଂଯୁକ୍ତ ରାଷ୍ଟ୍ର ଏହା ପୂର୍ବରୁ ଜାନୁଆରୀ ମାସରେ ପୂର୍ବାନୁମାନ କରିଥିଲା କି  ୨୦୨୪ରେ ଭାରତ ବିକାଶ ହାର ୬.୨ ରହିବ । ହେଲେ ଏହାକୁ ସଂଶୋଧନ କରି ବିକାଶ ଦରକୁ ୬.୯ ପ୍ରତିଶତ କରିଛି । ସଂଯୁକ୍ତ ରାଷ୍ଟ୍ର କହିଛି, ଘରୋଇ ଦାବି ଏବଂ ମାନ୍ୟୁଫାକ୍ଚରିଂ ଏବଂ ସର୍ଭିସ୍ ସେକ୍ଟରରେ ମଧ୍ୟ ମଜବୁତ ବିକାଶ ଭାରତକୁ ଫାଇଦା ଦେବ । 

୬.୯% ପର୍ଯ୍ୟନ୍ତ ବଢ଼ିବ ଭାରତର ବିକାଶ ଦର; ସଂଶୋଧିତ ରିପୋର୍ଟ ପ୍ରକାଶ କଲା ସଂଯୁକ୍ତ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବାନୁମାନ କରିଛି ସଂଯୁକ୍ତ ରାଷ୍ଟ୍ର । ପୂର୍ବ ରିପୋର୍ଟକୁ ସଂଶୋଧନ କରି କହିଛି, ଭାରତୀୟ ଅର୍ଥ ବ୍ୟବସ୍ଥା ୨୦୨୪ ଆର୍ଥିକ ବର୍ଷରେ ପ୍ରାୟ ୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସଂଯୁକ୍ତ ରାଷ୍ଟ୍ର କହିଛି, ସାର୍ବଜନିକ ନିବେଶ ଏବଂ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଭାରତୀୟ ଅର୍ଥ ବ୍ୟବସ୍ଥା ତୀବ୍ର ଗତିରେ ବଢ଼ିବ । ସଂଯୁକ୍ତ ରାଷ୍ଟ୍ର ୨୦୨୪ ମଧ୍ୟଭାଗ ପର୍ଯ୍ୟନ୍ତ  ବୈଶ୍ବକ ଆର୍ଥିକ ସ୍ଥିତି ଏବଂ ସମ୍ଭାବନାକୁ ନେଇ ରିପୋର୍ଟ ଜାରି କରିଛି । 

ସଂଯୁକ୍ତ ରାଷ୍ଟ୍ର ରିପୋର୍ଟ ଅନୁଯାୟୀ, ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୪ ଆର୍ଥିକ ବର୍ଷରେ ବିକାଶ ଦର ୬.୯ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିପରି ୨୦୨୫ ଆର୍ଥିକ ବର୍ଷରେ  ବିକାଶ ହାର ୬.୬ ପ୍ରତିଶତ ପର୍ଯ୍ୟନ୍ତ ରହିବ । ରିପୋର୍ଟରେ କୁହାଯାଇଛି, ରପ୍ତାନୀ ହାର କମିବା ଯୋଗୁ ଉତ୍ପାଦନ ମଧ୍ୟ ହ୍ରାସ ପାଇବ । ହେଲେ ଫାର୍ମାସ୍ୟୁଟିକାଲ୍ ଏବଂ କେମିକାଲ ଉତ୍ପାଦନ ଦ୍ରୁତଗତିରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସଂଯୁକ୍ତ ରାଷ୍ଟ୍ର ଏହା ପୂର୍ବରୁ ଜାନୁଆରୀ ମାସରେ ପୂର୍ବାନୁମାନ କରିଥିଲା କି  ୨୦୨୪ରେ ଭାରତ ବିକାଶ ହାର ୬.୨ ରହିବ । ହେଲେ ଏହାକୁ ସଂଶୋଧନ କରି ବିକାଶ ଦରକୁ ୬.୯ ପ୍ରତିଶତ କରିଛି । ସଂଯୁକ୍ତ ରାଷ୍ଟ୍ର କହିଛି, ଘରୋଇ ଦାବି ଏବଂ ମାନ୍ୟୁଫାକ୍ଚରିଂ ଏବଂ ସର୍ଭିସ୍ ସେକ୍ଟରରେ ମଧ୍ୟ ମଜବୁତ ବିକାଶ ଭାରତକୁ ଫାଇଦା ଦେବ ।