୬୯ ବର୍ଷରେ ୧୫୦ ଡ୍ୟାନ୍ସରଙ୍କ ସହ IIFA ଆୱାର୍ଡ ଧମାଲ କରିବେ ରେଖା, ଆବୁଧାବିରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ଵାଇ ୨୬।୦୯: ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA 2024) ହେବାକୁ ଯାଉଛି। ଶାହାରୁଖ ଖାନ, କରଣ ଜୋହର ଏବଂ ଭିକି କୌଶଲ ମିଳିତ ଭାବେ IIFA ଆୱାର୍ଡକୁ ହୋଷ୍ଟ କରିବେ ।  ନିକଟରେ ଏହା ଘୋଷଣା କରାଯାଇଥିଲା । ୨୭ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବୁଧାବିର ୟାସ୍ ଦ୍ୱୀପରେ IIFA ଅନୁଷ୍ଠିତ ହେବ । ଏହି ଆୱର୍ଡ କାର୍ଯ୍ୟ ପାଇଁ ଶାହାରୁଖ, କ୍ରିତି ସାନନ୍ ଏବଂ ସାହିଦ ମୁମ୍ଵାଇ ଛାଡିଛନ୍ତି। ଏଥି ସହିତ ହିନ୍ଦୀ ସିନେମାର ଏଭରଗ୍ରୀନ ଅଭିନେତ୍ରୀ ରେଖା ମଧ୍ୟ ଏଥିରେ ପରଫର୍ମ କରିବାକୁ ଯାଉଛନ୍ତି।View this post on InstagramA post shared by IIFA Awards (@iifa)ଧମାଲ କରିବେ ରେଖା  ୬୯ ବର୍ଷିୟା ଏଭରଗ୍ରୀନ ରେଖା ଦର୍ଶକଙ୍କ ହୃଦୟକୁ ତାଙ୍କ ଡ୍ୟାନ୍ସରେ ଦିୱାନା କରିବାକୁ ଯାଉଛନ୍ତି । ରେଖା ୨୨ ମିନିଟ୍ ପାଇଁ ମଞ୍ଚରେ ୧୫୦ ଡ୍ୟାନ୍ସରଙ୍କ ସହ ପରଫମାନ୍ସ କରିବେ ।  ଏହି ସମୟ ମଧ୍ୟରେ ସେ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ପୋଷାକ ପିନ୍ଧିବେ । ଏଥି ସହ ରେଖା ଏଥିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ମୋ ହୃଦୟରେ ଆଇଫା ପାଇଁ ବିଶେଷ ସ୍ଥାନ ରହିଛି। ଏହା କେବଳ ଭାରତୀୟ ସିନେମାକୁ ସେଲିବ୍ରେଟ୍‌ କରେ ନାହିଁ ବରଂ ଦେଶର କଳାକୁ ମଧ୍ୟ ପ୍ରଦର୍ଶନ କରିଥାଏ।View this post on InstagramA post shared by IIFA Awards (@iifa)ରେଖା ଆହୁରି ମଧ୍ୟ କହିଛନ୍ତି, 'ଏହା ମୋ ଘର ପରି, ଏ

୬୯ ବର୍ଷରେ ୧୫୦ ଡ୍ୟାନ୍ସରଙ୍କ ସହ IIFA ଆୱାର୍ଡ ଧମାଲ କରିବେ ରେଖା, ଆବୁଧାବିରେ ପହଞ୍ଚିଲେ ଅଭିନେତ୍ରୀ

ମୁମ୍ଵାଇ ୨୬।୦୯: ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA 2024) ହେବାକୁ ଯାଉଛି। ଶାହାରୁଖ ଖାନ, କରଣ ଜୋହର ଏବଂ ଭିକି କୌଶଲ ମିଳିତ ଭାବେ IIFA ଆୱାର୍ଡକୁ ହୋଷ୍ଟ କରିବେ ।  ନିକଟରେ ଏହା ଘୋଷଣା କରାଯାଇଥିଲା । ୨୭ ସେପ୍ଟେମ୍ବରରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବୁଧାବିର ୟାସ୍ ଦ୍ୱୀପରେ IIFA ଅନୁଷ୍ଠିତ ହେବ । ଏହି ଆୱର୍ଡ କାର୍ଯ୍ୟ ପାଇଁ ଶାହାରୁଖ, କ୍ରିତି ସାନନ୍ ଏବଂ ସାହିଦ ମୁମ୍ଵାଇ ଛାଡିଛନ୍ତି। ଏଥି ସହିତ ହିନ୍ଦୀ ସିନେମାର ଏଭରଗ୍ରୀନ ଅଭିନେତ୍ରୀ ରେଖା ମଧ୍ୟ ଏଥିରେ ପରଫର୍ମ କରିବାକୁ ଯାଉଛନ୍ତି।


ଧମାଲ କରିବେ ରେଖା  

୬୯ ବର୍ଷିୟା ଏଭରଗ୍ରୀନ ରେଖା ଦର୍ଶକଙ୍କ ହୃଦୟକୁ ତାଙ୍କ ଡ୍ୟାନ୍ସରେ ଦିୱାନା କରିବାକୁ ଯାଉଛନ୍ତି । ରେଖା ୨୨ ମିନିଟ୍ ପାଇଁ ମଞ୍ଚରେ ୧୫୦ ଡ୍ୟାନ୍ସରଙ୍କ ସହ ପରଫମାନ୍ସ କରିବେ ।  ଏହି ସମୟ ମଧ୍ୟରେ ସେ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ ପୋଷାକ ପିନ୍ଧିବେ । ଏଥି ସହ ରେଖା ଏଥିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ମୋ ହୃଦୟରେ ଆଇଫା ପାଇଁ ବିଶେଷ ସ୍ଥାନ ରହିଛି। ଏହା କେବଳ ଭାରତୀୟ ସିନେମାକୁ ସେଲିବ୍ରେଟ୍‌ କରେ ନାହିଁ ବରଂ ଦେଶର କଳାକୁ ମଧ୍ୟ ପ୍ରଦର୍ଶନ କରିଥାଏ।



ରେଖା ଆହୁରି ମଧ୍ୟ କହିଛନ୍ତି, 'ଏହା ମୋ ଘର ପରି, ଏହା ଏପରି ଏକ ଶୋ ଯେଉଁଠାରେ ସିନେମାର ଜୀବନ୍ତ ରୂପ ଦେଖିପାରିବେ, ମୁଁ ପୁଣି ଥରେ ଏହି ଆଇକନିକ୍ ଫେଷ୍ଟିଭାଲର ଅଂଶ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଛି।  ଏହି କାର୍ଯ୍ୟକ୍ରମ ପାଇଁ ରେଖା ଆବୁଧାବିରେ ପହଞ୍ଚିଛନ୍ତି ଏବଂ ଆଇଫା ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି।


IIFA 2024 ଉତ୍ସବ ୩  ଦିନ ଧରି ଚାଲିବ 

ଏଥର IIFA ୨୦୨୪ ୨୭ ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ଦିନ ଚାଲିବ । ପ୍ରଥମ ଦିନ IIFA 2024 ଉତ୍ସବ ହେବ, ଯେଉଁଥିରେ ଚାରୋଟି ଦକ୍ଷିଣ ଚଳଚ୍ଚିତ୍ର ଶିଳ୍ପର ଉତ୍ସବ ପାଳନ କରାଯିବ । ଦ୍ୱିତୀୟ ଦିନରେ IIFAର ନାଇଟ୍‌ ଆୱାର୍ଡ ସମାରୋହ ହେବ। ତୃତୀୟ ଦିନ ୨୯ ସେପ୍ଟେମ୍ବରରେ , IIFA ଆୱାର୍ଡ ସଂଗୀତ ଶିଳ୍ପ ପାଇଁ ଆୟୋଜିତ ହେବ ।