୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି। ବିଡିଓ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଉନ୍ନୟନ ଅଧିକାରୀ ମଧୁମିତା, ଜିଲା ପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼ ଯୋଗ ଦେଇଥିଲେ। ଏପିଓ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। […] The post ୬୯୧ ପରିବାରକୁ ୧୦୦ ଦିନର କାମ appeared first on Dharitri Odia News.

୬୯୧ ପରିବାରକୁ ୧୦୦ ଦିନର କାମ

ଗୋପାଳପୁର,୩।୩(ନବୀନ ରାଜ ଆଚାରୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶନିବାର ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଛି। ବିଡିଓ ଅଂଶୁମାନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ଉନ୍ନୟନ ଅଧିକାରୀ ମଧୁମିତା, ଜିଲା ପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼ ଯୋଗ ଦେଇଥିଲେ। ଏପିଓ ଗୋପାଳ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ଉନ୍ନୟନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ବ୍ଲକରେ ୧୧ ଲକ୍ଷ ୫୫ ହଜାର ୩୨୩ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୫ ଲକ୍ଷ ୬୯ ହଜାର ୭୭ ଶ୍ରମ ଦିବସ ପୂରଣ ହୋଇଛି। ୧୩ କୋଟି ୧୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଉନ୍ନୟନ କାମ ହୋଇଛି। ୧୫ ହଜାର ୩୦୪ ପରିବାରକୁ କର୍ମ ନିଯୁକ୍ତି ମିଳିଛି। ସେଥିମଧ୍ୟରୁ ୬୯୧ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ୮୭୭ ପ୍ରକଳ୍ପର କାମ ସରିଛି। ନୂତନ ପୋଖରୀ ପାଇଁ ଜାଗା ମିଳୁନି ବୋଲି ଆଲୋଚନା ହୋଇଥିଲା। ରାସନ କାର୍ଡରେ ନାଁ କଟି ଯିବାରୁ ହିତାଧିକାରୀମାନେ ହଇରାଣ ହରକତ ହେଉଛନ୍ତି ବୋଲି ସମିତି ସଭ୍ୟ ପ୍ରବୀଣ କୁମାର ଅଭିଯୋଗ କରିଥିଲେ। ନାରାୟଣପୁର ପଞ୍ଚାୟତରେ କେତେ ଚାଉଳ ବଣ୍ଟନ କରାଯାଉଛି ଓ କେତେ ଷ୍ଟକ ରହିଛି ତାହା ସରପଞ୍ଚ ଜାଣି ପାରୁନାହାନ୍ତି ବୋଲି ସରପଞ୍ଚ ପ୍ରତିନିଧି ଶ୍ୟାମ ସାହୁ ପ୍ରଶ୍ନ କରିଥିଲେ। ବନ ବିଭାଗର କୋଣସି ଅଧିକାରୀ ଉପସ୍ଥିତ ନଥିଲେ। ଜିଲା ସାମାଜିକ ସମୀକ୍ଷକ ରବୀନ୍ଦ୍ର ମଲଣା, ସରପଞ୍ଚ ଦଣ୍ଡପାଣି ବେହେରା, ଅରୁଣ ନାୟକ, ରଞ୍ଜିତ ସାହୁ, ଅସନ୍ତୁଲୁ ରେଡି, ସସ୍ମିତା ବେହେରା, ଦୁର୍ଯ୍ୟୋଧନ ରେଡି, ବି. ସୁଜ୍ଞାନୀ ପାତ୍ର, ସମିତି ସଭ୍ୟ ଶ୍ରୀରାମ ବେହେରା, ବିନୋଦିନୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।

The post ୬୯୧ ପରିବାରକୁ ୧୦୦ ଦିନର କାମ appeared first on Dharitri Odia News.