୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍‌କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର…

ନୂଆଦିଲ୍ଲୀ,୧୩।୭: ଦେଶର ୭ ଟି ରାଜ୍ୟର ୧୩ ଟି ଆସନରେ ଉପ-ନିର୍ବାଚନରେ ଏନଡିଏ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି। ୧୩ଟି ସିଟ ମଧ୍ୟରୁ କଂଗ୍ରେସ ୨ଟି ଜିତିଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୋଟିଏରେ ଜିତିଛି। ଏଥି ସହ ଭାଜପା ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। ଅବଶିଷ୍ଟ ୯ ଟି ସିଟ ମଧ୍ୟରୁ ଇଣ୍ଡିଆ ମିଳିତ ମଞ୍ଚ ୭ ଟି ସିଟରେ ଆଗୁଆ ରହିଛ। ୨ ଟି ଆସନରେ ଏନଡିଏ ଅଗ୍ରଣୀ ରହିଛି। ଉପ-ନିର୍ବାଚନ […] The post ୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍‌କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର… appeared first on Dharitri Odia News.

୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍‌କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର…

ନୂଆଦିଲ୍ଲୀ,୧୩।୭: ଦେଶର ୭ ଟି ରାଜ୍ୟର ୧୩ ଟି ଆସନରେ ଉପ-ନିର୍ବାଚନରେ ଏନଡିଏ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଜଣାପଡିଛି। ୧୩ଟି ସିଟ ମଧ୍ୟରୁ କଂଗ୍ରେସ ୨ଟି ଜିତିଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଗୋଟିଏରେ ଜିତିଛି। ଏଥି ସହ ଭାଜପା ପ୍ରାର୍ଥୀ ଗୋଟିଏ ଆସନ ଜିତିଛନ୍ତି। ଅବଶିଷ୍ଟ ୯ ଟି ସିଟ ମଧ୍ୟରୁ ଇଣ୍ଡିଆ ମିଳିତ ମଞ୍ଚ ୭ ଟି ସିଟରେ ଆଗୁଆ ରହିଛ। ୨ ଟି ଆସନରେ ଏନଡିଏ ଅଗ୍ରଣୀ ରହିଛି।

ଉପ-ନିର୍ବାଚନ ଫଳାଫଳକୁ ନେଇ ଏଏପି ଏମପି ସଞ୍ଜୟ ସିଂ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ଜଲନ୍ଧର ଉପ-ନିର୍ବାଚନର ଫଳାଫଳ ଆସିଛି। ଆମେ ପ୍ରାୟ ୩୮ ହଜାର ଭୋଟରେ ଜିତିଲୁ । ପଞ୍ଜାବର ଲୋକମାନେ ଆମ ସହିତ ଅଛନ୍ତି। ସେ କହିଛନ୍ତି, ସମଗ୍ର ଦେଶରେ ଇଣ୍ଡିଆ ସହଯୋଗୀ ଦଳ ଜିତୁଛି। ଭାଜପା ବୁଝିିବା ଉଚିତ ଯେ ଖାଲି ପ୍ରତିଶୃତି ଏବଂ ମିଥ୍ୟାରେ ଜନସାଧାରଣ ଭୋକରେ ଅଛନ୍ତି। ଆଜି ଦେଶର ଯୁବକମାନେ ଅସୁବିଧାରେ ପଡ଼ିଛନ୍ତି। ଅଗ୍ନିବୀର ପରି ସ୍କିମ ବନ୍ଦ କରିବାର ଆବଶ୍ୟକତା ଅଛି।

The post ୭ ରାଜ୍ୟର ଉପ ନିର୍ବାଚନରେ ଏନଡିଏକୁ ଝଟ୍‌କା! ସଞ୍ଜୟ ସିଂ କହିଲେ ଭାଜପା ବୁଝିବା ଦରକାର… appeared first on Dharitri Odia News.