ସେଲଫି ନେବା ବେଳେ ଅଘଟଣ, ୬୦ ଫୁଟ ଖାଇକୁ ଖସିପଡିଲେ ଯୁବତୀ

ମୁମ୍ଵାଇ ୦୪।୦୮: ମହାରାଷ୍ଟ୍ରରରେ ପୁଣି ଅଘଟଣ । ବୋରାନ ଘାଟରେ ସେଲଫି ନେଉଥିଲେ ଯୁବତୀ । ଖାଇକୁ ଖସିଗଲେ ୨୯ ବର୍ଷର ଯୁବତୀ। ହୋମଗାର୍ଡ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଥିଲା। ଶନିବାର (ଜୁଲାଇ ୩) ପୁଣେର ଏକ ଟିମ୍‌ ଥୋସେଗର ଜଳପ୍ରପାତ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗ୍ରୁପ୍‌ରେ ସାମିଲ ଥିବା ପୁଣେର ନାସିରିନ୍। ବୋରାନ ଘାଟରେ ସେଲଫି ନେବାବେଳେ ଖସିପଡି ୬୦ ଫୁଟ ଖାଇରେ ପଡ଼ିଯାଇଥିଲେ।  ନାସିରିନଙ୍କୁ ସଫଳତାର ସହ ଖାଲରୁ ବାହାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାରା ଜିଲ୍ଲାରେ ପ୍ରବଳ ବର୍ଷା ପରେ ଏହି ଘଟଣା ଘଟିଛି। ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା କଲେକ୍ଟର ଜିତେନ୍ଦ୍ର ଅଗଷ୍ଟ ୨ ରୁ ୪ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥାନ ଏବଂ ଜଳପ୍ରପାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରାକୃତିକ ସ୍ଥାନ ଗୁଡିକର ଆକର୍ଷଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଲାଗିଛି, ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।  

ସେଲଫି ନେବା ବେଳେ ଅଘଟଣ, ୬୦ ଫୁଟ ଖାଇକୁ ଖସିପଡିଲେ ଯୁବତୀ

ମୁମ୍ଵାଇ ୦୪।୦୮: ମହାରାଷ୍ଟ୍ରରରେ ପୁଣି ଅଘଟଣ । ବୋରାନ ଘାଟରେ ସେଲଫି ନେଉଥିଲେ ଯୁବତୀ । ଖାଇକୁ ଖସିଗଲେ ୨୯ ବର୍ଷର ଯୁବତୀ। ହୋମଗାର୍ଡ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଏହି ଘଟଣା ଘଟିଥିଲା। 

ଶନିବାର (ଜୁଲାଇ ୩) ପୁଣେର ଏକ ଟିମ୍‌ ଥୋସେଗର ଜଳପ୍ରପାତ ପରିଦର୍ଶନ କରିବାକୁ ଆସିଥିଲେ। ଏହି ଗ୍ରୁପ୍‌ରେ ସାମିଲ ଥିବା ପୁଣେର ନାସିରିନ୍। ବୋରାନ ଘାଟରେ ସେଲଫି ନେବାବେଳେ ଖସିପଡି ୬୦ ଫୁଟ ଖାଇରେ ପଡ଼ିଯାଇଥିଲେ।  ନାସିରିନଙ୍କୁ ସଫଳତାର ସହ ଖାଲରୁ ବାହାର କରି ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ତାରା ଜିଲ୍ଲାରେ ପ୍ରବଳ ବର୍ଷା ପରେ ଏହି ଘଟଣା ଘଟିଛି। ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଜିଲ୍ଲା କଲେକ୍ଟର ଜିତେନ୍ଦ୍ର ଅଗଷ୍ଟ ୨ ରୁ ୪ ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥାନ ଏବଂ ଜଳପ୍ରପାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରାକୃତିକ ସ୍ଥାନ ଗୁଡିକର ଆକର୍ଷଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଲାଗିଛି, ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।