୭୦୦ କୋଟି ଡଲାର ଅସ୍ତ୍ରଶସ୍ତ୍ର ଫେରାଇବାକୁ ତାଲିବାନ୍‌କୁ ଚେତାବନୀ ଦେଲେ ଟ୍ରମ୍ପ୍‌

ୱାସିଂଟନ: ଅସ୍ତ୍ରବିରତି ଚୁକ୍ତି ପରେ ଆଫ୍‌ଗାନିସ୍ତାନରୁ ଆମେରିକା ସୈନିକଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା। କିନ୍ତୁ ସେଠାରେ ପ୍ରାୟ ୭ଶହ କୋଟି ଡଲାର ମୂଲ୍ୟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସରଞ୍ଜାମ ଛାଡ଼ି ପଳାଇ ଆସିଥିଲେ। ଏହି ଘଟଣାର ୪ ବର୍ଷ ପରେ, ଛାଡ଼ିଯାଇଥିବା ଅସ୍ତ୍ରଶସ୍ତ୍ର ଫେରାଇବାକୁ ଆମେରିକା ରାଷ୍ଟ୍ରପତି ତାଲିବାନକୁ ଚେତାବନୀ ଦେଇଛନ୍ତି। ମେରିଲ୍ୟାଣ୍ଡ ଠାରେ ଅନୁଷ୍ଡିତ କନ୍‌ଜରଭେଟିଭ୍‌ ପଲିଟିକାଲ୍‌ ଆକ୍ସନ୍‌ କନ୍‌ଫରେନ୍‌ସ (ସିପିଏସି)ରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ତୁମେ ଜାଣିଛ ଆମେ ଶ୍ରେଷ୍ଠ। ମୋର […]

୭୦୦ କୋଟି ଡଲାର ଅସ୍ତ୍ରଶସ୍ତ୍ର ଫେରାଇବାକୁ ତାଲିବାନ୍‌କୁ ଚେତାବନୀ ଦେଲେ ଟ୍ରମ୍ପ୍‌

ୱାସିଂଟନ: ଅସ୍ତ୍ରବିରତି ଚୁକ୍ତି ପରେ ଆଫ୍‌ଗାନିସ୍ତାନରୁ ଆମେରିକା ସୈନିକଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା। କିନ୍ତୁ ସେଠାରେ ପ୍ରାୟ ୭ଶହ କୋଟି ଡଲାର ମୂଲ୍ୟର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସରଞ୍ଜାମ ଛାଡ଼ି ପଳାଇ ଆସିଥିଲେ। ଏହି ଘଟଣାର ୪ ବର୍ଷ ପରେ, ଛାଡ଼ିଯାଇଥିବା ଅସ୍ତ୍ରଶସ୍ତ୍ର ଫେରାଇବାକୁ ଆମେରିକା ରାଷ୍ଟ୍ରପତି ତାଲିବାନକୁ ଚେତାବନୀ ଦେଇଛନ୍ତି। ମେରିଲ୍ୟାଣ୍ଡ ଠାରେ ଅନୁଷ୍ଡିତ କନ୍‌ଜରଭେଟିଭ୍‌ ପଲିଟିକାଲ୍‌ ଆକ୍ସନ୍‌ କନ୍‌ଫରେନ୍‌ସ (ସିପିଏସି)ରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି, ତୁମେ ଜାଣିଛ ଆମେ ଶ୍ରେଷ୍ଠ। ମୋର ପ୍ରଥମ ପର୍ଯ୍ୟାୟ ଶାସନରେ ସମଗ୍ର ସେନାବାହିନୀର ପୁନର୍ଗଠନ ହୋଇଥିଲା। ଯଦିଓ ଏହା ସ୍ପଳ୍ପ କିନ୍ତୁ ଆମେ ଅନେକ ଅସ୍ତ୍ରଶସ୍ତ୍ର ଆଫଗାନିସ୍ତାନରେ ଛାଡ଼ି ଆସିଛୁ। ତାଲିବାନ୍‌ ଏହାକୁ ଦଖଲ କରିଛି। ପ୍ରତିବର୍ଷ ସେନା ପରେଡ୍‌ ସମୟରେ ସେମାନେ ଆମର ସେନା ଯାନଗୁଡ଼ିକ ବାହାର କରି ରାଜରାସ୍ତାରେ ଦେଖାଉଛନ୍ତି। ସତେଯେପରି ଏହା ତାଙ୍କର ସ୍ବସେନା ପରେଡ୍‌, ଏବଂ ଏହାକୁ ଯେତେବେଳେ ଦେଖେ ସେତେବେଳେ ବହୁତ ରାଗ ଲାଗେ। ଏହା ସତ୍ବେ ଆଫଗାନିସ୍ତାନକୁ ଆମେରିକା ପ୍ରତିବର୍ଷ ଦୁଇରୁ ଅଢ଼େଇ ଶହ କୋଟି ଡଲାର ଆର୍ଥିକ ସହାୟତା ଦେଉଛି। ଯଦି ଏହି ସହାୟତା ଜାରି ରହିବା ଚାହାନ୍ତି, ତେବେ ଛାଡ଼ିଯାଇଥିବା ସେନା ସରଞ୍ଜାମଗୁଡ଼ିକ ଫେରାନ୍ତୁ। କାରଣ ସେମାନେ ଏହାକୁ ବିକ୍ରି କରୁଛନ୍ତି ବୋଲି ରାଷ୍ଟ୍ରପତି ଟ୍ରମ୍ପ୍‌ ଅଭିଯୋଗ କରିଛନ୍ତି।