୭.୨% ବଢ଼ିଲା ଚୀନ୍ର ପ୍ରତିରକ୍ଷା ବଜେଟ, ସେନା ମଡର୍ଣ୍ଣାନାଇଜେସନ୍ ଉପରେ ଫୋକସ୍
ନୂଆଦିଲ୍ଲୀ ୦୬।୦୩ : ଭାରତକୁ ଘେରିବାକୁ ଚୀନ୍ର ନୂଆ ଚାଲ୍ । ୨୦୨୪ ପାଇଁ ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍କୁ ୭.୨% ବଢ଼ାଇଛି । ଏବେ ଏହା ୧୯.୬୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଭାରତର ପ୍ରତିରକ୍ଷା ବଜେଟ୍ ତୁଳନାରେ ଏହା ୩ ଗୁଣା ଅଧିକ । କିନ୍ତୁ ଆମେରିକା ତୁଳନାରେ ୫୪ ଲକ୍ଷ କୋଟି ଟଙ୍କା କମ୍ । ଆମେରିକାର ପ୍ରତିରକ୍ଷା ବଜେଟ୍ ପାଖାପାଖି ୭୩ ଲକ୍ଷ କୋଟି ଟଙ୍କା ରହିଛି। {"id":917623,"width":732,"height":439,"sizeSlug":"full","linkDestination":"none"} csis ତେବେ ଚୀନ୍ ନିଜ ପ୍ରତିରକ୍ଷା ବଜେଟ୍ ଏଭଳି ସମୟରେ ବଢ଼ାଇଛି, ଯେବେ କି ଏହାର ଅର୍ଥ ବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି । ୨୦୨୪ ପାଇଁ ଚୀନ୍ର ପ୍ରତିରକ୍ଷା ଖର୍ଚ୍ଚ ବିଗତ ୫ ବର୍ଷରେ ସର୍ବାଧିକ ରହିଛି । ଚୀନ୍ ଚଳିତବର୍ଷ ନିମନ୍ତେ ୫% ଆର୍ଥିକ ବିକାଶ ଲକ୍ଷ୍ୟ ରଖିଛି । ମଙ୍ଗଳବାର ଦିନ ସଂସଦରେ ବଜେଟ୍ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରି ଚୀନ୍ ତାଇୱାନକୁ ନେଇ କଡ଼ା ମନ୍ତବ୍ୟ ମଧ୍ୟ ଦେଇଛନ୍ତି । {"id":917624,"sizeSlug":"full","linkDestination":"none"} csis ସୂଚନାଯୋଗ୍ୟ ଯେ, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ କାର୍ଯ୍ୟକାଳ ମଧ୍ୟରେ ଚୀନ୍ର ପ୍ରତିରକ୍ଷା ଖର୍ଚ୍ଚରେ ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି । ୨୦୧୩ରେ ଦେଶର ପ୍ରତିରକ୍ଷା ବଜେଟ୍ ୮.୪୫ ଲକ୍
ନୂଆଦିଲ୍ଲୀ ୦୬।୦୩ : ଭାରତକୁ ଘେରିବାକୁ ଚୀନ୍ର ନୂଆ ଚାଲ୍ । ୨୦୨୪ ପାଇଁ ଚୀନ୍ ନିଜର ପ୍ରତିରକ୍ଷା ବଜେଟ୍କୁ ୭.୨% ବଢ଼ାଇଛି । ଏବେ ଏହା ୧୯.୬୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଭାରତର ପ୍ରତିରକ୍ଷା ବଜେଟ୍ ତୁଳନାରେ ଏହା ୩ ଗୁଣା ଅଧିକ । କିନ୍ତୁ ଆମେରିକା ତୁଳନାରେ ୫୪ ଲକ୍ଷ କୋଟି ଟଙ୍କା କମ୍ । ଆମେରିକାର ପ୍ରତିରକ୍ଷା ବଜେଟ୍ ପାଖାପାଖି ୭୩ ଲକ୍ଷ କୋଟି ଟଙ୍କା ରହିଛି।

ତେବେ ଚୀନ୍ ନିଜ ପ୍ରତିରକ୍ଷା ବଜେଟ୍ ଏଭଳି ସମୟରେ ବଢ଼ାଇଛି, ଯେବେ କି ଏହାର ଅର୍ଥ ବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି । ୨୦୨୪ ପାଇଁ ଚୀନ୍ର ପ୍ରତିରକ୍ଷା ଖର୍ଚ୍ଚ ବିଗତ ୫ ବର୍ଷରେ ସର୍ବାଧିକ ରହିଛି । ଚୀନ୍ ଚଳିତବର୍ଷ ନିମନ୍ତେ ୫% ଆର୍ଥିକ ବିକାଶ ଲକ୍ଷ୍ୟ ରଖିଛି । ମଙ୍ଗଳବାର ଦିନ ସଂସଦରେ ବଜେଟ୍ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରି ଚୀନ୍ ତାଇୱାନକୁ ନେଇ କଡ଼ା ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।
{"id":917624,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ କାର୍ଯ୍ୟକାଳ ମଧ୍ୟରେ ଚୀନ୍ର ପ୍ରତିରକ୍ଷା ଖର୍ଚ୍ଚରେ ଆଶାତୀତ ବୃଦ୍ଧି ପାଇବାରେ ଲାଗିଛି । ୨୦୧୩ରେ ଦେଶର ପ୍ରତିରକ୍ଷା ବଜେଟ୍ ୮.୪୫ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଏବେ ୧୯.୬୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏଥିସହ ଲଗାତର ୩୦ ବର୍ଷ ଧରି ଚୀନ୍ ନିଜ ପ୍ରତିରକ୍ଷା ବଜେଟ୍କୁ ବଢ଼ାଇ ଚାଲିଛି ।
{"id":917625,"sizeSlug":"full","linkDestination":"none"}

ତେବେ ଚୀନ୍ ଏଥର ନିଜ ପ୍ରତିରକ୍ଷା ବଜେଟ୍ର ଅଧିକାଂଶ ଟଙ୍କା ନୂଆ ଉପକରଣ କିଣାରେ ଖର୍ଚ୍ଚ କରିବ । ଜିନ୍ପିଙ୍ଗ୍ ୨୦୩୫ ସୁଦ୍ଧା ନିଜ ସେନାକୁ ସମ୍ପୂର୍ଣ୍ଣ ଭାବେ ଆଧୁନିକୀକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୭ ସୁଦ୍ଧା ଦେଶର ସେନାକୁ ବିଶ୍ୱଶ୍ରେଣୀୟ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ପୂର୍ବରୁ ୨୦୨୩ରେ ଚୀନ୍ ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗରକୁ ନେଇ ଆମେରିକା ସହ ବଢୁଥିବା ବିବାଦ ମଧ୍ୟରେ ନିଜ ପ୍ରତିରକ୍ଷା ବଜେଟ୍ରେ ୪.୨% ବୃଦ୍ଧି କରିଥିଲା । ଏହାପରେ ପ୍ରତିରକ୍ଷା ବଜେଟ୍ ପାଇଁ ଅଧିକ ବ୍ୟୟବରାଦ କରିବାରେ ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ ଦେଶ ପାଲଟିଥିଲା । ଆମେରିକା ଓ ଚୀନ୍ ପରେ ଭାରତ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି ।
wp:embed {"url":"https://www.prameyanews7.com/mla-prafulla-samals-son-prayaskanti-interrogated-for-17-hours-by-ed/","type":"wp-embed","providerNameSlug":"prameya-news-7"}