୭୩ ବର୍ଷିୟ ପତ୍ନୀଙ୍କୁ ଛାଡପତ୍ର ଦେଲେ ୭୦ବର୍ଷିୟ ସ୍ବାମୀ, ଭରଣପୋଷଣ ପାଇଁ ଦେଲେ ୩ କୋଟି
ନୂଆଦିଲ୍ଲୀ ୧୮।୧୨: ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ମଧ୍ୟରେ ଛାଡପତ୍ର ଏକ ସାଧାରଣ କଥା । କିନ୍ତୁ ବିବାହର ୧୫-୨୦ ବର୍ଷ ପରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ଛାଡପତ୍ର ଦେବା ଘଟଣା ସମାଜରେ କାଁଭାଁ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ବିବାହର ୪୪ ବର୍ଷ ପରେ ଛାଡପତ୍ର ନେଇଛନ୍ତି ଦମ୍ପତ୍ତି । ୭୦ ବର୍ଷ ବୟସ୍କ ସ୍ୱାମୀ ନିଜର ୭୩ ବର୍ଷୀୟା ପତ୍ନୀଙ୍କୁ ଦେଇଛନ୍ତି ଛାଡପତ୍ର । ଯାହା କୌଣସି ଚକିତ କଥାରୁ କମ୍ ନୁହେଁ । ତେବେ କେବଳ ଯେ ଛାଡପତ୍ର ନେଇଛନ୍ତି ତା ନୁହେଁ ପତ୍ନୀଙ୍କୁ ଭରଣପୋଷଣ ଦେବା ଲାଗି ସ୍ୱାମୀ ଘର, ଜମି ଓ ସୁନାଗହଣା ବିକ୍ରି କରିଛନ୍ତି । ଆଉ ୩ କୋଟି ଟଙ୍କା ଭରଣପୋଷଣ ଦେଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଛାଡପତ୍ର ଘଟଣା ହରିଆଣାରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସୁଭାଷ ଚାନ୍ଦ ଓ ସନ୍ତୋଷ କୁମାରୀଙ୍କ ବିବାହ ୧୯୮୦ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା । ସେମାନଙ୍କର ୨ ଝିଅ ଓ ଜଣେ ପୁଅ ବି ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଖରାପ ହୋଇଥିଲା । ଶେଷରେ ୨୦୦୬ ମସିହାରୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଏଥିସହ ସେମାନେ ଛାଡପତ୍ର ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ସେଥିପାଇଁ ସୁଭାଷ କର୍ନାଲ ପରିବାର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ । କିନ୍ତୁ ୨୦୧୩ରେ ପରିବାର ଅଦାଲତ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ । କିନ୍ତୁ ଏଥିର
ନୂଆଦିଲ୍ଲୀ ୧୮।୧୨: ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ମଧ୍ୟରେ ଛାଡପତ୍ର ଏକ ସାଧାରଣ କଥା । କିନ୍ତୁ ବିବାହର ୧୫-୨୦ ବର୍ଷ ପରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ଛାଡପତ୍ର ଦେବା ଘଟଣା ସମାଜରେ କାଁଭାଁ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ବିବାହର ୪୪ ବର୍ଷ ପରେ ଛାଡପତ୍ର ନେଇଛନ୍ତି ଦମ୍ପତ୍ତି ।
୭୦ ବର୍ଷ ବୟସ୍କ ସ୍ୱାମୀ ନିଜର ୭୩ ବର୍ଷୀୟା ପତ୍ନୀଙ୍କୁ ଦେଇଛନ୍ତି ଛାଡପତ୍ର । ଯାହା କୌଣସି ଚକିତ କଥାରୁ କମ୍ ନୁହେଁ । ତେବେ କେବଳ ଯେ ଛାଡପତ୍ର ନେଇଛନ୍ତି ତା ନୁହେଁ ପତ୍ନୀଙ୍କୁ ଭରଣପୋଷଣ ଦେବା ଲାଗି ସ୍ୱାମୀ ଘର, ଜମି ଓ ସୁନାଗହଣା ବିକ୍ରି କରିଛନ୍ତି । ଆଉ ୩ କୋଟି ଟଙ୍କା ଭରଣପୋଷଣ ଦେଇଛନ୍ତି । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଛାଡପତ୍ର ଘଟଣା ହରିଆଣାରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ସୁଭାଷ ଚାନ୍ଦ ଓ ସନ୍ତୋଷ କୁମାରୀଙ୍କ ବିବାହ ୧୯୮୦ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିଲା । ସେମାନଙ୍କର ୨ ଝିଅ ଓ ଜଣେ ପୁଅ ବି ଅଛନ୍ତି । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଖରାପ ହୋଇଥିଲା । ଶେଷରେ ୨୦୦୬ ମସିହାରୁ ସ୍ୱାମୀ ଓ ସ୍ତ୍ରୀ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଏଥିସହ ସେମାନେ ଛାଡପତ୍ର ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ସେଥିପାଇଁ ସୁଭାଷ କର୍ନାଲ ପରିବାର ଅଦାଲତରେ ଛାଡପତ୍ର ଆବେଦନ କରିଥିଲେ ।
କିନ୍ତୁ ୨୦୧୩ରେ ପରିବାର ଅଦାଲତ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ । କିନ୍ତୁ ଏଥିରେ ସୁଭାଷଙ୍କ ମନ ମାନିନଥିଲା । ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଛାଡପତ୍ର ପିଟିସନ ଫାଇଲ କରିଥିଲେ । ହାଇକୋର୍ଟରେ ଦୀର୍ଘ ୧୧ ବର୍ଷ ଧରି ମାମଲା ବିଚାରାଧୀନ ଭାବେ ପଡିରହିଥିଲା । ଶେଷରେ ହାଇକୋର୍ଟ ଉକ୍ତ ପିଟିସନକୁ ଗତ ନଭେମ୍ବର ୪ ତାରିଖରେ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇ ଦେଇଥିଲେ ।
ସେଠାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା । ସ୍ୱାମୀ ଭରଣପୋଷଣ ବାବଦକୁ ୩ କୋଟି ୧୦ ଲକ୍ଷ ଟଙ୍କା ଦେଇ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ରାଜି ହୋଇଥିଲେ । ସୁଭାଷଙ୍କ ଓକିଲ ରାଜିନ୍ଦର ଗୋୟଲ କହିଥିଲେ କି ଜମି ବିକ୍ରି କରି ୨.୧୬ କୋଟି ଟଙ୍କାର ବ୍ୟାଙ୍କ ଡ୍ରାଫ୍ଟ, ଫସଲ ବିକ୍ରି କରି ନଗଦ ୫୦ ଲକ୍ଷ ଟଙ୍କା ଏବଂ ୪୦ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା ଦିଆଯିବ । ଶେଷରେ ସୁଭାଷ ଜମି ଓ ଫସଲ ବିକ୍ରି କରିବା ସହ ସମସ୍ତ ସୁନା ଓ ରୁପା ଗହଣା ପତ୍ନୀଙ୍କୁ ପ୍ରଦାନ କରିଥିଲେ ।