୭୫ ଘଣ୍ଟାରେ ଅତିକ୍ରମ କରେ ୪ ହଜାର କିଲୋମିଟରରୁ ଅଧିକ ରାସ୍ତା, ୯ଟି ରାଜ୍ୟ ଦେଇ ଯାଏ...

ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଟ୍ରେନ୍ ଭାରତର ଦୀର୍ଘତମ ଦୂରତାକୁ ଅତିକ୍ରମ କରେ ? ଏପରି କେତୋଟି ଟ୍ରେନ୍ ଅଛି, ଯିଏ ଭାରତର ସର୍ବାଧିକ କିଲୋମିଟରକୁ କଭର୍ ଅପ୍ କରେ ?

୭୫ ଘଣ୍ଟାରେ ଅତିକ୍ରମ କରେ ୪ ହଜାର କିଲୋମିଟରରୁ ଅଧିକ ରାସ୍ତା, ୯ଟି ରାଜ୍ୟ ଦେଇ ଯାଏ...

ଆପଣ କେବେ ଚିନ୍ତା କରିଛନ୍ତି କି କେଉଁ ଟ୍ରେନ୍ ଭାରତର ଦୀର୍ଘତମ ଦୂରତାକୁ ଅତିକ୍ରମ କରେ? ଏପରି କେତୋଟି ଟ୍ରେନ୍ ଅଛି, ଯିଏ ଭାରତର ସର୍ବାଧିକ କିଲୋମିଟରକୁ କଭର୍ ଅପ୍ କରେ ? ଏ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି .. ଆମେ ଆପଣଙ୍କୁ ଏପରି ଏକ ଟ୍ରେନ୍ କଥା କହିବୁ, ଯାହା ଭାରତର ସର୍ବାଧିକ ଦୂରତାକୁ ଅତିକ୍ରମ କରେ ।

ବିବେକ ଏକ୍ସପ୍ରେସ .. ଏପରି ଏକ ଟ୍ରେନ ଯିଏ ପ୍ରାୟ ୪ ହଜାରରୁ ଅଧିକ କିଲୋମିଟର ଅତିକ୍ରମ କରିଥାଏ । ଟ୍ରେନ୍‌ଟି ଆସାମର ଦିବ୍ରୁଗଡରୁ ବାହାରି ତାମିଲନାଡୁର କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରେ । ଏହି ଚାରି ଦିନିଆ ଯାତ୍ରାରେ ଟ୍ରେନ୍‌ଟି ପ୍ରାୟ ୪ ହଜାରରୁ ଅଧିକ କିଲୋମିଟର ଅତିକ୍ରମ କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦେଶର ସବୁଠାରୁ ଲମ୍ବା ଟ୍ରେନ୍ ମାର୍ଗ ଅଟେ ।

ସ୍ୱାମୀ ବିବେକାନନ୍ଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୦୧୧-୧୨ରେ ରେଳ ବଜେଟରେ ଏହି ଟ୍ରେନ୍‌ ଉପରେ ଆଲୋକପାତ କରାଯାଇଥିଲା । ସେହି ବର୍ଷରୁ ଦିବ୍ରୁଗଡ - କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଚାଲିଆସୁଛି । ବର୍ତ୍ତମାନ ଏହି ଟ୍ରେନ୍‌ଟି ଭାରତର ଅନେକ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସେବା ଭାବେ ଚାଲିଆସିଛି ।

ଏହି ଟ୍ରେନ୍‌ଟି ମାତ୍ର ୭୫ ଘଣ୍ଟାରେ ୪,୧୮୯ କିଲୋମିଟର ଅତିକ୍ରମ କରେ । ଏହାର ଯାତ୍ରା ଆସାମରୁ ଆରମ୍ଭ ହୋଇ ନାଗାଲାଣ୍ଡ, ବିହାର, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁ ଏହି ପରି ନଅଟି ରାଜ୍ୟ ଦେଇ ଯାଇଥାଏ । ଏହା ମଧ୍ୟରେ ୫୯ଟି ଷ୍ଟେସନ ପଡ଼ିଥାଏ । ଅନ୍ୟପଟେ ଏହାର ଯାତ୍ରା ସମୟରେ ରାସ୍ତାରେ ଅନେକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ ।

ସପ୍ତାହରେ ଦୁଇଥର ଚାଲୁଥିବା ଏହି ଟ୍ରେନ୍ ମଙ୍ଗଳବାର ଏବଂ ଶନିବାର ଦିନ ଚାଲିଥାଏ । ଏହା ଦିବ୍ରୁଗଡରୁ ସଂଧ୍ୟା ୭:୨୫ ରେ ବାହାରି ଚାରିଦିନ ପରେ ସକାଳ ୧୦ଟାରେ କନ୍ୟାକୁମାରୀରେ ପହଞ୍ଚେ । ୧୯ ଟି କୋଚ୍ ସହିତ ବିବେକ ଏକ୍ସପ୍ରେସ ଏକ ନିର୍ଭରଯୋଗ୍ୟ ଏକ୍ସପ୍ରେସ ଅଟେ ।