୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି କଲେ ସମ୍ବୋଧନ

୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ। ଗଣତନ୍ତ୍ରର ୭୫ ବର୍ଷ ପାଳନର ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି। ଦେଶର ସ୍ବାଧୀନତା ଶତାବ୍ଦୀ ରାସ୍ତାରେ ଗତି କରୁଥିବା ବେଳେ ଅମୃତକାଳର ପ୍ରାରମ୍ଭିକ ସମୟରେ ଅତିକ୍ରମ କରୁଛି। ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର କାଳଖଣ୍ଡ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସମ୍ବୋଧନ କାଳରେ […] The post ୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି କଲେ ସମ୍ବୋଧନ appeared first on KNews Odisha.

୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି କଲେ ସମ୍ବୋଧନ
president

୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ। ଗଣତନ୍ତ୍ରର ୭୫ ବର୍ଷ ପାଳନର ଦେଶ ପାଇଁ ଏକ ଐତିହାସିକ କ୍ଷଣ ବୋଲି ସେ କହିଛନ୍ତି। ଦେଶର ସ୍ବାଧୀନତା ଶତାବ୍ଦୀ ରାସ୍ତାରେ ଗତି କରୁଥିବା ବେଳେ ଅମୃତକାଳର ପ୍ରାରମ୍ଭିକ ସମୟରେ ଅତିକ୍ରମ କରୁଛି।

ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର କାଳଖଣ୍ଡ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସମ୍ବୋଧନ କାଳରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ, ଉଦଘାଟନ ଓ ଏହାର ପ୍ରାଣ ପ୍ରତିଷ୍ଠା ସଂପର୍କରେ କହଛନ୍ତି। ଏହା ସହ ଭାରତର ମହାକାଶ ଉପଲବଧିକୁ ମଧ୍ୟ ପ୍ରଶଂସା କରିଛନ୍ତି। ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଭାରତ ପାଦ ଦେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଆମର ବୈଜ୍ଞାନିକ ଓ ମହାକାଶ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଆମେ ଗର୍ବିତ ବୋଲି ସେ କହିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ ମହିଳା ସଶକ୍ତିକରଣର ଏକ କ୍ରାନ୍ତିକାରୀ ମାଧ୍ୟମ ପ୍ରମାଣିତ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି।

The post ୭୫ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତି କଲେ ସମ୍ବୋଧନ appeared first on KNews Odisha.