୭୭ବର୍ଷରେ କବରାପାଲି ରାମନବମୀ ମହୋତ୍ସବ,ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ସମ୍ବଲପୁର:ଯୁଯୁମୁରା ବ୍ଲକ ଅର୍ନ୍ତଗତ କବରାପାଲି ଗ୍ରାମରେ ଶ୍ରୀରାମ ନବମୀ ମହୋତ୍ସବ ୭୭ ବର୍ଷ ରେ ପଦାର୍ପଣ କରିଛି । ମହୋତ୍ସବର ଦଶମ ଦିନରେ ସୋମବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ କବରାପାଲି ପହଞ୍ଚି ମହାପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଏବଂ ମାତା ସୀତା ଙ୍କ ଦର୍ଶନ କରିଥିଲେ। ଭାରତର ସ୍ବାଧୀନତା ପରେ ଆରମ୍ଭ ହୋଇଥିବା କବରାପାଲି ଶ୍ରୀରାମ ନବମୀ ମହୋତ୍ସବ ଅଞ୍ଚଳରେ ସାଂସ୍କୃତିକ ଚେତନା […] The post ୭୭ବର୍ଷରେ କବରାପାଲି ରାମନବମୀ ମହୋତ୍ସବ,ଯୋଗଦେଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.

ସମ୍ବଲପୁର:ଯୁଯୁମୁରା ବ୍ଲକ ଅର୍ନ୍ତଗତ କବରାପାଲି ଗ୍ରାମରେ ଶ୍ରୀରାମ ନବମୀ ମହୋତ୍ସବ ୭୭ ବର୍ଷ ରେ ପଦାର୍ପଣ କରିଛି । ମହୋତ୍ସବର ଦଶମ ଦିନରେ ସୋମବାର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାୟକ କବରାପାଲି ପହଞ୍ଚି ମହାପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ଏବଂ ମାତା ସୀତା ଙ୍କ ଦର୍ଶନ କରିଥିଲେ। ଭାରତର ସ୍ବାଧୀନତା ପରେ ଆରମ୍ଭ ହୋଇଥିବା କବରାପାଲି ଶ୍ରୀରାମ ନବମୀ ମହୋତ୍ସବ ଅଞ୍ଚଳରେ ସାଂସ୍କୃତିକ ଚେତନା ଆଣିବାରେ ସହାୟକ ହୋଇପାରିଛି। ଅତିଥି ମାନେ ଆଜି କବରାପାଲି ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ଶୋଭାଯାତ୍ରା କରି ରାମମନ୍ଦିର ନିକଟକୁ ନିଆଯାଇ ଥିଲା। ମଣ୍ଡପରେ ପୁଜା ପାଉଥିବା ଶ୍ରୀରାମ ଲକ୍ଷ୍ମଣ ଏବଂ ସୀତାଙ୍କୁ ଦିନ ଅତିଥି ମାନେ ଦର୍ଶନ କରିଥିଲେ। ଏହାପରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତୀରାଜ ମନ୍ତ୍ରୀ ରବିନାରାୟଣ ନାୟକ କବରାପାଲି ସହ ପୁରୁଣା ସମ୍ପର୍କ ବିଷୟରେ ସ୍ମରଣ କରିଥିଲେ। କବରାପାଲି ଉଭୟ ସାଂସ୍କୃତିକ ଏବଂ କ୍ରୀଡା କ୍ଷେତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ହାସିଲ କରି ଥିବା ଅତିଥି ମାନେ କହିଥିଲେ। ଏହି ଅବସରରେ କବରାପାଲି ରେ ଫୁଟବଲ ଖେଳ ପ୍ରତି ରହିଥିବା ଆଦର ଏବଂ ସମର୍ପଣ ବିଷୟରେ ରବିନାରାୟଣ ନାୟକ କହିଥିଲେ। ଗାଁ ରେ ରହିଥିବା ୩୫ ଏକଡ଼ ଜମିରେ ଏକ ଫୁଟବଲ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ସ୍ଥାନୀୟ ଯୁବକ ସଂଘ ପକ୍ଷରୁ ଦାବି କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟା କବିତା ସାହୁ, ଭାଜପା ନେତା ଦେବେନ୍ଦ୍ର ମହାପାତ୍ର, ଶ୍ରୀରାମ ନବମୀ ମହୋତ୍ସବ କମିଟି ର ସଭାପତି ମହିମା ପ୍ରସାଦ ବଢ଼ାଇ, ଶରତ ସାହୁ ପ୍ରମୁଖ ଉପସ୍ଥିତ ରହି ଥିଲେ। ସଂଜୟ କୁମାର ପ୍ରଧାନ ଅତିଥିଙ୍କୁ ସ୍ବାଗତ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
The post ୭୭ବର୍ଷରେ କବରାପାଲି ରାମନବମୀ ମହୋତ୍ସବ,ଯୋଗଦେଲେ କେନ୍ଦ୍ରମନ୍ତ୍ରୀ appeared first on Odisha.News.