୮ ନୂଆ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ; ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ

କନକ ବ୍ୟୁରୋ : ଓଡ଼ିଶାର ୮ଟି ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରସ୍ତାବିତ ରାୟଗଡ଼ା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି । ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ । ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୮ ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂଆ ରେଳ ଲାଇନ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ ବୁଡ଼ାମରା-ଚାକୁଳିଆ ରେଳ ଲାଇନ ସରଡ଼େଗା-ଭାଲୁମୁଡା ଦୋହରୀକରଣ ରେଳ ଲାଇନ ବରଗଡ଼ ରୋଡ଼-ନୂଆପଡା ରୋଡ଼ ରେଳ ଲାଇନ

୮ ନୂଆ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ; ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ

କନକ ବ୍ୟୁରୋ : ଓଡ଼ିଶାର ୮ଟି ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ୭୩ ହଜାର ୭୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ପ୍ରସ୍ତାବିତ ରାୟଗଡ଼ା ରେଳ ମଣ୍ଡଳକୁ ମଞ୍ଜୁର କରାଯାଇଛି । ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ୩ଟି ରେଳ ମଣ୍ଡଳ ରହିବ । ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି । ଏହା ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

୮ ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ

  1. ଗୁଣୁପୁର-ଥେରୁବାଲି ନୂତନ ରେଳ ଲାଇନ
  2. ଜୁନାଗଡ଼ ରୋଡ଼-ନବରଙ୍ଗପୁର ନୂତନ ରେଳ ଲାଇନ
  3. ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂଆ ରେଳ ଲାଇନ
  4. ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳ ଲାଇନ
  5. ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂତନ ରେଳ ଲାଇନ
  6. ବୁଡ଼ାମରା-ଚାକୁଳିଆ ରେଳ ଲାଇନ
  7. ସରଡ଼େଗା-ଭାଲୁମୁଡା ଦୋହରୀକରଣ ରେଳ ଲାଇନ
  8. ବରଗଡ଼ ରୋଡ଼-ନୂଆପଡା ରୋଡ଼ ରେଳ ଲାଇନ