୮ ମାସରେ ନାବାଳିକାଙ୍କୁ ମିଳିଲା ନ୍ୟାୟ : ଦୁଷ୍କର୍ମକାରୀକୁ ପୋକ୍ସୋ କୋର୍ଟରେ ୨୦ ବର୍ଷ କାରା ଦଣ୍ଡାଦେଶ

କେନ୍ଦ୍ରାପଡ଼ା : ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ୮ ମାସ ପରେ ନ୍ୟାୟ ମିଳିଛି । ପୋସ୍କୋ କୋର୍ଟରେ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନୈକ ନାବାଳିକାକୁ ଯୈାନ ଉତ୍ପୀଡନ ଦେବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ୬୩ବର୍ଷୀୟ ଅଭିଯୁକ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକାଣ୍ଡିଲୋ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷ  ସଶ୍ରମ କାରାଦଣ୍ଡରେ […]

୮ ମାସରେ ନାବାଳିକାଙ୍କୁ ମିଳିଲା ନ୍ୟାୟ : ଦୁଷ୍କର୍ମକାରୀକୁ ପୋକ୍ସୋ କୋର୍ଟରେ ୨୦ ବର୍ଷ କାରା ଦଣ୍ଡାଦେଶ
Juvenile rape case

କେନ୍ଦ୍ରାପଡ଼ା : ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ୮ ମାସ ପରେ ନ୍ୟାୟ ମିଳିଛି । ପୋସ୍କୋ କୋର୍ଟରେ ଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ ସହ ୩ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନୈକ ନାବାଳିକାକୁ ଯୈାନ ଉତ୍ପୀଡନ ଦେବା ଓ ଦୁଷ୍କର୍ମ କରିବା ଅଭିଯୋଗରେ ୬୩ବର୍ଷୀୟ ଅଭିଯୁକ୍ତ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକାଣ୍ଡିଲୋ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ୨୦ ବର୍ଷ  ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୩ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ୨୦୨୩ ମସିହାର ବିଭିନ୍ନ ସମୟରେ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରା ତାଙ୍କ ଦୋକାନକୁ ଆସୁଥିବା ଜନୈକ ୧୨ବର୍ଷରୁ କମ୍ ବୟସର ନାବାଳିକାକୁ କଦଳୀ ଓ ଚକୋଲଟ୍ ପ୍ରଭୃତି ଦେଇ ପ୍ରଲୋଭିତ କରିବା ସହିତ ତାକୁ ଯୌନ ଉତ୍ପୀଡନ ଦେବା ସହିତ ଦୁଷ୍କର୍ମ କରି ଆସୁଥିଲେ । ଏ ସମ୍ପର୍କରେ ବାହାରେ କାହାକୁ କହିଲେ ଜୀବନରୁ ତାକୁ ମାରିଦେବାକୁ ନାବାଳିକାକୁ ଅଭିଯୁକ୍ତ ଧମକ ଦେଇ ଆସୁଥିଲା । ସଂପୃକ୍ତ ନାବାଳିକା ଜଣକ ୧୫ଦିନ ଧରି ଚୁପଚାପ ରହିବାରୁ ତାଙ୍କର ମା ଏ ସମ୍ପର୍କରେ ତାକୁ ପଚାରିବାରେ ସେ ମାଆ ପାଖରେ ସମସ୍ତ ସତ କଥା କହିଥିଲେ। ଏହା ଜାଣିବାପରେ ନାବାଳିକାର ମାଆ କେନ୍ଦ୍ରାପଡା ସଦର ଥାନାରେ ୨୦୨୩ ମସିହା ମଇ ମାସ ୧୯ତାରିଖରେ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରାଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ସେହି ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ପୂର୍ବକ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିବା ସହ ଚଳିତବର୍ଷ ଜୁଲାଇ ୧୬ ତାରିଖରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ସେହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲାଜଜ୍ ତଥା ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ଜଜ୍ ଆଜି ତାଙ୍କର ରାୟ ପ୍ରଦାନକରି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚିତିକଣ୍ଡିଲୋ ଗ୍ରାମର ବୃନ୍ଦାବନ ବେହେରାଙ୍କ ପୁଅ ଅଭିଯୁକ୍ତ ପ୍ରହଲ୍ଲାଦ ବେହେରା(୬୩)କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁଏହି ମାମଲାକୁ କୋର୍ଟରେ ସ୍ୱତନ୍ତ୍ର ପି.ପି. ମନୋଜ ସାହୁ ପରିଚାଳନା କରୁଥିଲେ ।