୮ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ, ନୂଆପଡ଼ାରେ ସର୍ବାଧିକ ତାତି ରେକର୍ଡ
ଭୁବନେଶ୍ବର: ଜାରି ରହିଛି ମୁଣ୍ଡ ଫଟା ଖରା ସହ ଗୁଳିଗୁଳି । ୭ ରୁ ୮ ସହରରେ ୪୦ ଡିଗ୍ରୀ ରୁ ଅଧିକା ତାପମାତ୍ରା ରହିଛି । ମଙ୍ଗଳବାର ନୂଆପଡ଼ାରେ ସର୍ବୋଚ୍ଚ ତାତି ୪୨ ଡିଗ୍ରୀ ରେକର୍ଡ ହୋଇଛି ।ସେହିଭଳି ସୁନ୍ଦରଗଡ଼ ୪୧.୨, ଖୋର୍ଦ୍ଧା, ବୌଦ୍ଧ-୪୦.୫ ଡିଗ୍ରୀ, ଝାରସୁଗୁଡ଼ା-୪୦.୪ ଡିଗ୍ରୀ। ବଲାଙ୍ଗିର ୪୦.୪, ଭବାନୀପାଟଣା-୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ସେପଟେ ମଙ୍ଗଳବାର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। କ୍ରମେ ଏହି ଲଘୁଚାପଟି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ରୂପ ହେବ। ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଫଳରେ ମେ ୨୪ ରୁ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜିବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ତେବେ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।
ଭୁବନେଶ୍ବର: ଜାରି ରହିଛି ମୁଣ୍ଡ ଫଟା ଖରା ସହ ଗୁଳିଗୁଳି । ୭ ରୁ ୮ ସହରରେ ୪୦ ଡିଗ୍ରୀ ରୁ ଅଧିକା ତାପମାତ୍ରା ରହିଛି । ମଙ୍ଗଳବାର ନୂଆପଡ଼ାରେ ସର୍ବୋଚ୍ଚ ତାତି ୪୨ ଡିଗ୍ରୀ ରେକର୍ଡ ହୋଇଛି ।ସେହିଭଳି ସୁନ୍ଦରଗଡ଼ ୪୧.୨, ଖୋର୍ଦ୍ଧା, ବୌଦ୍ଧ-୪୦.୫ ଡିଗ୍ରୀ, ଝାରସୁଗୁଡ଼ା-୪୦.୪ ଡିଗ୍ରୀ। ବଲାଙ୍ଗିର ୪୦.୪, ଭବାନୀପାଟଣା-୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।
ସେପଟେ ମଙ୍ଗଳବାର ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। କ୍ରମେ ଏହି ଲଘୁଚାପଟି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ରୂପ ହେବ। ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଫଳରେ ମେ ୨୪ ରୁ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜିବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।
ତେବେ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।