୮ମ ଥରପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ EDର ସମନ
ରାଞ୍ଚି: ଅର୍ଥ ହେରଫେର ମାମଲାରେ ଇଡି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଏକ... The post ୮ମ ଥରପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ EDର ସମନ appeared first on .
ରାଞ୍ଚି: ଅର୍ଥ ହେରଫେର ମାମଲାରେ ଇଡି ପୁଣିଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ କରିଛି। ଇଡି ହେମନ୍ତ ସୋରେନଙ୍କୁ ଏକ ଚିଠି ପଠାଇ ହାଜର ହେବାକୁ ଏକ ନୂଆ ଡେଡଲାଇନ୍ ଦେଇଛି। ତେବେ ସମନ ସତ୍ତ୍ୱେ ସେ କାହିଁକି ହାଜର ହେଉନାହାଁନ୍ତି ବୋଲି ଇଡି ପ୍ରଶ୍ନ କରିଛି।
ଇଡି ହେମନ୍ତ ସୋରେନଙ୍କୁ ଜାନୁଆରୀ ୧୬ରୁ ୨୦ ତାରିଖ ଯାଏଁ କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ଖାସ୍ କଥା ହେଉଛି ହେମନ୍ତଙ୍କୁ ଅଷ୍ଟମ ଥର ପାଇଁ ଇଡି ସମନ କରିଛି। ଏହାପୂର୍ବରୁ ହେମନ୍ତ ସୋରେନ ସପ୍ତମ ଥର ପାଇଁ ଇଡି ଦ୍ୱାରା ଡକାଯାଇଥିବା ସତ୍ତ୍ୱେ ହାଜର ହୋଇନଥିଲେ।
ଇଡି ଦ୍ୱାରା ସପ୍ତମ ଥର ପାଇଁ ଜାରି ହୋଇଥିବା ସମନର ଶେଷ ତାରିଖ ଥିଲା ଡିସେମ୍ବର ୩। ସୋରେନ୍ ଆଜି ପର୍ଯ୍ୟନ୍ତ ଇଡି ଆଗରେ ହାଜର ହୋଇନାହାଁନ୍ତି। ୧୪ ଅଗଷ୍ଟ ୨୦୨୩ରେ ଇଡି ପକ୍ଷରୁ ତାଙ୍କୁ ପ୍ରଥମ ସମନ ପଠାଯାଇଥିଲା। ସୋରେନ୍ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ଝାଡଖଣ୍ଡ ହାଇକୋର୍ଟରେ ଇଡିର ତଦନ୍ତ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ତେବେ ସୋରେନଙ୍କ ଆବେଦନକୁ ଉଭୟ କୋର୍ଟ ଖାରଜ କରିଥିଲେ।
The post ୮ମ ଥରପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ EDର ସମନ appeared first on .