୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ
ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ ଜୟସ୍ୱାଲ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି। ଭାରତ ୧୯୩୨ ମସିହାରୁ ଟେଷ୍ଟ ୍ କ୍ରିକେଟ୍ ଖେଳୁଛି ଏବଂ ୯୨ ବର୍ଷ ର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଯଶସ୍ୱୀ ଏହି ରେକର୍ଡ କରିଛନ୍ତି। ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଯଶସ୍ୱୀ […] The post ୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ appeared first on Dharitri Odia News.
ସିଡନୀ,୪/୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସିଡନୀରେ ଚାଲିଛି। ଏହି ମ୍ୟାଚ୍ ରେ ଯଶସ୍ୱୀ ଜୟସ୍ୱାଲ ଏକ ସ୍ୱତନ୍ତ୍ର ରେକର୍ଡ କରିଛନ୍ତି। ଭାରତ ୧୯୩୨ ମସିହାରୁ ଟେଷ୍ଟ ୍ କ୍ରିକେଟ୍ ଖେଳୁଛି ଏବଂ ୯୨ ବର୍ଷ ର ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି। ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଯଶସ୍ୱୀ ଏହି ରେକର୍ଡ କରିଛନ୍ତି। ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଯଶସ୍ୱୀ ୩୫ ବଲରେ ୪ ଚୌକା ସାହାଯ୍ୟରେ ୨୨ ରନ୍ କରିଥିଲେ। ଏଥିସହିତ ସେ ସୁନୀଲ ଗାଭାସ୍କର ଓ ବୀରେନ୍ଦ୍ର ସେହ୍ୱାଗଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି।
ଭାରତର ଦ୍ବିତୀୟ ଇନିଂସ୍ ଆରମ୍ଭ ହେବା ମାତ୍ରେ ଯଶସ୍ୱୀ ଗିଅର୍ ବଦଳାଇ ଷ୍ଟାର୍କଙ୍କ ପ୍ରଥମ ଓଭରରେ ୧୬ ରନ୍ କରିଥିଲେ। ଷ୍ଟାର୍କଙ୍କ ପ୍ରଥମ ଓଭରରେ ସେ ୪ଟି ଚୌକା ମାରିଥିଲେ। ଯଶସ୍ୱୀ ଓଭରର ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ଷଷ୍ଠ ବଲରେ ଚୌକା ମାରି ୧୬ ରନ୍ କରିଥିଲେ। ଭାରତର ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ମ୍ୟାଚ୍ ର ଇନିଂସରେ ଭାରତ ଏତେ ରନ୍ କରିଛି। ଟେଷ୍ଟ ଇନିଂସର ପ୍ରଥମ ଓଭରରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ସର୍ବାଧିକ ରନ୍ ।
The post ୯୨ ବର୍ଷ ପରେ ପ୍ରଥମଥର ଘଟିଲା ଏମିତି…ଯଶସ୍ୱୀ ଜୟସ୍ୱାଲ କଲେ ଏମିତି ରେକର୍ଡ appeared first on Dharitri Odia News.